31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶନିଆଁରେ ମାଆକୁ ଛାଡ଼ି ଘରୁ ବାହାରିଲାନି ପୁଅ; ନିଜେ ଜଳି ଜୀବନ ହାରିଲା....

ନିଆଁରେ ମାଆକୁ ଛାଡ଼ି ଘରୁ ବାହାରିଲାନି ପୁଅ; ନିଜେ ଜଳି ଜୀବନ ହାରିଲା….

ମୁମ୍ବାଇ: ନୀଳକଣ୍ଠ ଶାହ । ଗାଇୱାଡ଼ିର ଜଣେ ଔଷଧ ଦୋକାନୀ । ଅଚାନକ ତାଙ୍କ ଘରେ ଲାଗିଲା ନିଆଁ । ଆଉ ସେ ସେହି ନିଆଁରେ ଜଳି ନିଜ ଜୀବନ ହାରିଲେ । ହେଲେ ସେ କାହିଁକି ଜଳିଲେ କେମିତି ଜଳିଲେ ତାହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ ଆପଣଙ୍କ ଆଖିରୁ ଆପେ ଝରି ଆସିବ ଲୁହ । ଅଚାନକ ଘରେ ନିଆଁ ଲାଗିଲା । ଘର ମେନ୍ ସ୍ୱିଚ୍‌ରେ ସର୍ଟ ସର୍କିଟ୍ କାରଣରୁ ଏହି ନିଆଁ ଆରମ୍ଭ ହୋଇଥିଲା । ପରେ ଇଲେକ୍ଟ୍ରି ତାର ଜରିଆରେ ଘରର ପ୍ରତି କୋଣକୁ ନିଆଁ ବ୍ୟାପିଥିଲା । ତାହା ମଧ୍ୟରେ ଘର ପାହାଚରେ ମଧ୍ୟ ନିଆଁ ଲାଗିଥିଲା । କାରଣ ପାହାଚ କାଠରେ ତିଆରି ହୋଇଥିଲା । ଏଭଳି ଭାବେ ଘରର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ସହ ଘରର ଅନେକ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଗଲା । ସବୁଠାରୁ ବଡ଼ କଥା ହେଲା ନିଆଁ ଲାଗିବା ସମୟରେ ଘରେ ପରିବାରର ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ ।

ଆଉ ଯିଏ ଯାହା ବାଟରେ ନିଜ ଜୀବନ ବଞ୍ଚାଇ ଘରୁ ବାହାରି ଚାଲିଯାଇଥିଲେ । ୮୦ ବର୍ଷିୟ ଶଯ୍ୟାଶାୟୀ ରୋଗୀଣା ବୁଢ଼ି ମାଆ କଥା ସମସ୍ତେ ଭୁଲିଯାଇଥିଲେ । କିନ୍ତୁ ତାଙ୍କ ୬୦ ବର୍ଷର ପୁଅ ଧିରେନ ସେକଥା ଭୁଲି ନଥିଲା । ଘରେ ନିଆଁ ଲାଗିବା ପରେ ବି ସେ ନିଜ ମାଆକୁ ଏକା ଛାଡ଼ି ବାହାରକୁ ଯାଇନଥିଲା । ଜୀବନର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ନିଜ ମାଆର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲା ପୁଅ । କିନ୍ତୁ ସେ ବିଫଳ ହେଲା । ମାଆ ସହ ନିଜେ ସେଇ ନିଆଁରେ ଜଳିଗଲେ । ଆଉ ଜୀବନ ହାରିଲେ । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଧିରେନ୍‌ଙ୍କୁ ନିଆଁରୁ ବାହାରି ଆସିବାକୁ ଅଗ୍ନିଶମ ବାହିନୀ ବାରମ୍ବାର କହିଥିଲେ । ହେଲେ ସେ ନିଜ ମାଆକୁ ଛାଡ଼ି ଆସିବାକୁ ରାଜି ନଥିଲେ । ତେଣୁ ଧିରେନଙ୍କ ପାଖରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ସବୁ କିଛି ଉଜୁଡ଼ିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking