18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଫିଲିପାଇନ୍ସରେ ୭.୬ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ଫିଲିପାଇନ୍ସରେ ୭.୬ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ମାନିଲା: ଫିଲିପାଇନ୍ସ ଆଜି ଶକ୍ତିଶାଳୀ ଭୂକମ୍ପରେ ଥରିଉଠିଛି। ମାଇଣ୍ଡାନାଓରେ ୭.୬ ତୀବ୍ରତାର ଭୂକମ୍ପ ଆସିବା ପରେ ସୁନାମି ସତର୍କତା ଜାରି ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ଗବେଷଣା କେନ୍ଦ୍ର କହିଛି ଯେ ଏହି ଭୂକମ୍ପ ୬୩ କିମି ଗଭୀରତାରେ ଥିଲା। ସୂଚନାଯୋଗ୍ୟ, ଗତମାସରେ ମଧ୍ୟ ଫିଲିପାଇନ୍ସରେ ୬.୭ ତୀବ୍ରତାର ଭୂକମ୍ପ ଆସିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଫିଲିପାଇନ୍ସରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଏହା ଆଗ୍ନେୟୟିରି ସକ୍ରିୟ ଅଂଚଳ ଭାବେ ମଧ୍ୟ ପରିଗଣିତ ହେଉଛି। ଅନ୍ୟପକ୍ଷରେ ଭାରତର ଲଦାଖରେ ଆଜି ସକାଳ ୮ଟା ୨୫ରେ ୩.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ଏବଂ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ନାହିଁ। ବାଂଲାଦେଶରେ ମଧ୍ୟ ଆଜି ସକାଳେ ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ପଶ୍ଚିମବଂଗର କେତେକ ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking