28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଆଜି ୪ ରାଜ୍ୟରେ ଭୋଟଗଣତି

ଆଜି ୪ ରାଜ୍ୟରେ ଭୋଟଗଣତି

ନୂଆଦିଲ୍ଲୀ: ଆଜି  ଚାରିଟି ରାଜ୍ୟ ଯଥା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନାରେ ଭୋଟଗଣତି କାର୍ଯ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ସାଳ ୮ଟାରୁ ସଂପୃକ୍ତ ରାଜ୍ୟରେ ସ୍ଥାପନ କରାଯାଇଥିବା ଗଣତି କେନ୍ଦ୍ରଗୁଡିକରେ ଏହି କାର୍ଯ୍ୟ ଆରମ୍ଭ ହେବ । ସୂଚନାଯୋଗ୍ୟ ନଭେମ୍ବର ୭ରୁ ୩୦ ମଧ୍ୟରେ ଉପରୋକ୍ତ ୪ ରାଜ୍ୟ ସମେତ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା ।

ଡିସେମ୍ବର ୩ରେ ଏକକାଳୀନ ୫ ରାଜ୍ୟର ଗଣତି ଶେଷ ହୋଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ (ଇସି) ପୂର୍ବରୁ ବିଜ୍ଞପ୍ତି ଜାରି କରିଥିଲେ । ତେବେ ରବିବାର ଏହି ପ୍ରକ୍ରିୟା ସମ୍ପାଦିତ ହେଉଥିବାରୁ ଖ୍ରିଷ୍ଟିଆନ୍ ବହୁଳ ମିଜୋରାମରେ ଗଣତି କାର୍ଯ୍ୟ ଘୁଞ୍ଚାଇ ଦେବାକୁୁ ଇସିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତଦନୁଯାୟୀ ମିଜୋରାମରେ ୪ରେ ଗଣତି ହେବ ବୋଲି ଇସି ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ସରକାର ଥିବାବେଳେ ଏହାକୁ ଗାଦିଚ୍ୟୁତ କରିବାକୁ ବିଜେପି ଅଣ୍ଟା ଭିଡିଛି । ୨୦୧୮ ନିର୍ବାଚନରେ ମଧ୍ୟପ୍ରଦେଶରେ  କଂଗ୍ରେସ ସରକାର ଗଠନ କରିଥିଲା ।

ତେବେ ୨୦୨୦ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ କଂଗ୍ରେସର ୨୨ ବିଧାୟକ ବିଜେପିକୁ ଲମ୍ଫପ୍ରଦାନ କରିବାରୁ କମଲନାଥଙ୍କ ସରକାର ଭାଙ୍ଗିଯାଇଥିଲା । ଫଳରେ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ସେଠାରେ ବିଜେପି ପୁଣି କ୍ଷମତାକୁ ଫେରିଥିଲା । ଏକ୍‌ଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ଅଧିକାଂଶ ଚ୍ୟାନେଲ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବ ବୋଲି କହୁଥିବାବେଳେ ଛତିଶଗଡରେ କଂଗ୍ରେସ କ୍ଷମତା ବଜାୟ ରଖିବ ବୋଲି କୁହାଯାଇଛି ।

ତେବେ ତେଲେଙ୍ଗାନାରେ ବଡ ବିପର୍ଯ୍ୟୟ ଘଟିବାକୁ ଯାଉଛି । ତେଲେଙ୍ଗାନା ରାଜ୍ୟ ଗଠିତ ହେବାପରେ ଦୁଇ ଦୁଇଥର କ୍ଷମତା ଉପଭୋଗ କରୁଥିବା ବିଆର୍‌ଏସ୍ (ଭାରତ ରାଷ୍ଟ୍ର ସମିତି)କୁ ଏଥର ନିରାଶ ହେବାକୁ ପଡିବ ବୋଲି ଏକ୍‌ଜିଟ୍ ପୋଲ୍‌ରୁ ଜଣାପଡିଛି । ଏଠାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବାର ସଙ୍କେତ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking