29.1 C
Bhubaneswar
Saturday, October 5, 2024
Homeଅପରାଧସ୍ୱାମୀର ପରକୀୟା ପ୍ରୀତି ପାଇଁ ଜୀବନ ହାରିଲା ସ୍ତ୍ରୀ....

ସ୍ୱାମୀର ପରକୀୟା ପ୍ରୀତି ପାଇଁ ଜୀବନ ହାରିଲା ସ୍ତ୍ରୀ….

ଭୁବନେଶ୍ୱର: ସ୍ୱାମୀର ପରକୀୟା ପ୍ରୀତିି ସ୍ତ୍ରୀ ପାଇଁ ସାଜିଲା କାଳ । ବେକରେ ଓଢଣୀ ଲଗାଇ ନିଜ ଜୀବନ ହାରିଲା ସ୍ତ୍ରୀ । ଏଭଳି ଦୁଖଃଦ ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ୟୁନିଟ୍‌-୨ ଅଞ୍ଚଳର ପଟେଲ ବସ୍ତିରେ । ୭ ବର୍ଷତଳେ ମୃତ କୁନି ପରିଡା ଶିବ ପରିଡାଙ୍କୁ (୩୦)  ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ଶିଶୁ ପୁତ୍ର ମଧ୍ୟ ଅଛନ୍ତି । ହେଲେ ବିବାହର କିଛିଦିନ ପରେ, ଅଭିଯୁକ୍ତ ସ୍ୱାମୀଙ୍କର ଅନ୍ୟଜଣେ ମହିଳାଙ୍କ ସହିତ ସମ୍ପର୍କ ଥିବା କଥା ଜାଣି ପାରିଥିଲେ କୁନି । ସେହି କାରଣରୁ ଅଭିଯୁକ୍ତ ଜଣକ ତାଙ୍କୁ ନିୟମିତ ଭାବେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରିବା ସହିତ ତାଙ୍କ ଘର ଛାଡି ଚାଲିଯିବା ଲାଗି ତାଙ୍କୁ ପ୍ରବଳ ଚାପ ପକାଉଥିଲେ ।

ଏଥିରେ ବ୍ୟତିବ୍ୟସ୍ତ ହୋଇ କୁନି ତାଙ୍କର ଛୋଟ ଛୁଆକୁ ନେଇ ଗତ ୧୦ ଦିନ ପୂର୍ବେ ୟୁନିଟ୍‌-୨ ଅଞ୍ଚଳର ପଟେଲ ବସ୍ତିରେ ନିଜ ଭଉଣୀ ପାଖରେ ରହୁଥିଲେ । ନିଜ ସ୍ୱାମୀଙ୍କ ସହ ଘଟିଥିବା ସମସ୍ତ ଘଟଣା ଭଉଣୀକୁ କହିବା ସହ ସେ ପ୍ରବଳ ମାନସିକ ଦୁଶ୍ଚିନ୍ତାରେ ରହୁଥିବା କଥା ଜଣାଇ ଥିଲେ । ଏହାର କିଛି ଦିନ ଯାଇଛିକି ନାହିଁ ମାନସିକ ଚାପରେ ଆସି ଗତ ମାସ ୨୯ ତାରିଖ ଦିନ ବେକରେ ଓଢ଼ଣୀ ଲଗାଇ ଝୁଲିପଡ଼ିଥିଲା କୁନି । ଏହି ଖବର କୁନିଙ୍କ ବଡ ଭଉଣୀଙ୍କୁ ତାଙ୍କ ପୁଅ ଆସି ଜଣାଇଥିଲେ । ଘଟଣା ଶୁଣି ମୃତ କୁନିଙ୍କ ବଡ ଭଉଣୀ ରୋଷେଇ ଛାଡି ଘଟଣା ସ୍ଥଳକୁ ଯାଇ ସମ୍ପୃକ୍ତ ପୀଡିତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ହେଲେ ସେଠାରେ ତାଙ୍କୁ ଡାକ୍ତର  ମୃତ ଘୋଷଣା କରିଥିଲେ ।

କୁନିଙ୍କ ଭଉଣୀ ଏନେଇ କ୍ୟାପିଟାଲ ଥାନାରେ ତାଙ୍କ ସ୍ୱାମୀ ନାମରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହର ବ୍ୟବଚ୍ଛେଦ ପରେ ଅଭିଯୋଗକରିଣୀଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । ଅଭିଯୋଗ ଆଧାରରେ କୁନିଙ୍କ ସ୍ୱାମୀ ଅଭିଯୁକ୍ତ ଶିବ ପରିଡାଙ୍କୁ ରାଧାକୃଷ୍ଣ ତଳ ବସ୍ତିରୁ ଗିରଫ କରିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲେ । ଶିବକୁ ଗିରଫ କରି ଆଜି କୋର୍ଟ ଚାଲଣ କରିବା ସହ ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରଖିଛି କ୍ୟାପିଟାଲ ଥାନା ପୁଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking