28.1 C
Bhubaneswar
Sunday, October 6, 2024
Homeଓଡିଶାରାଜଭବନରେ ଆସାମ ଓ ନାଗାଲାଣ୍ଡ ପ୍ରତିଷ୍ଠା ଦିବସ ପାଳିତ

ରାଜଭବନରେ ଆସାମ ଓ ନାଗାଲାଣ୍ଡ ପ୍ରତିଷ୍ଠା ଦିବସ ପାଳିତ

ପରସ୍ପରକୁ ବୁଝିବାରେ ଓ ଜାଣିବାରେ “ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଉପଯୋଗୀ ହୋଇଛି – ରାଜ୍ୟପାଳ
ଭୁବନେଶ୍ୱର: “ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତିଷ୍ଠା ଦିବସ ରାଜଭବନରେ ପାଳନ ଦ୍ୱାରା ଯେଉଁ ସୁନ୍ଦର ପରମ୍ପରା ସୃଷ୍ଟି ହୋଇଛି ତାହା ରାଷ୍ଟ୍ରୀୟ ଏକତା ଓ ସଂହତିକୁ ମଜବୁତ କରିବାରେ ତଥା ପରସ୍ପରକୁ ବୁଝିବାରେ ଓ ଜାଣିବାରେ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି । ଏକତାର ଭାବନା ଭାରତୀୟ ଜନମାନସରେ ସର୍ବଦା ରହିଆସିଛି ଓ ରହିଥିବ ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି । ଆଜି ରାଜଭବନର ଅଭିଷେକ ହଲ୍‌ରେ ଉଭୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଉତ୍ତର-ପୂର୍ବ ରାଜ୍ୟ ଦେଶର ଅଳଙ୍କାର ସଦୃଶ ଯାହା ଦେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ରାଷ୍ଟ୍ରର ବିକାଶରେ ସେମାନଙ୍କର ବହୁମୂଲ୍ୟ ଅବଦାନ ରହିଛି ବୋଲି ରାଜ୍ୟପାଳ କହିଥିଲେ । ରାଜ୍ୟପାଳ ରାଜ୍ୟ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଯେପରି ଶିକ୍ଷା, କଳା, ସଂସ୍କୃତିର ଆଦାନପ୍ରଦାନ ବୃଦ୍ଧି ହେଲେ ପାରସ୍ପରିକ ସଂପର୍କ ବୃଦ୍ଧି ପାଇବ ଓ ଏହା ପର୍ଯ୍ୟଟନକୁ ବିଶେଷ ସହାୟକ ହେବ ବୋଲି କହିଥିଲେ ।

ରାଜ୍ୟପାଳ ଉଭୟ ଆସାମ ଓ ନାଗାଲାଣ୍ଡ ରାଜ୍ୟର ଜନସାଧାରଣଙ୍କୁ ସେମାନଙ୍କର ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶାରେ ଅବସ୍ଥାନ କରୁଥିବା ଉଭୟ ରାଜ୍ୟର ଅଧିବାସୀଙ୍କର ଓଡ଼ିଶାର ପ୍ରଗତି ଓ ବିକାଶରେ ଅବଦାନ ପ୍ରଶଂସାର ପାତ୍ର ବୋଲି ରାଜ୍ୟପାଳ କହିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ସର୍ବଦା ଉତ୍ତର-ପୂର୍ବ ରାଜ୍ୟର ବିକାଶ ଓ ଉନ୍ନତି ପାଇଁ ପ୍ରତିବଦ୍ଧ ଓ ସେଠାରେ ଭିତ୍ତିଭୂମିର ବିକାଶ, କଳା-ସଂସ୍କୃତିର ଅଧିକ ପ୍ରଚାର-ପ୍ରସାର, ଗମନାଗମନ ଓ ଯୋଗାଯୋଗର ଉନ୍ନତିକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଇଛନ୍ତି ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପରସ୍ପରର ସଂସ୍କୃତିର ସ୍ୱତନ୍ତ୍ରତା ବଜାୟ ରଖିବା ସହିତ ସଂସ୍କୃତିର ଆଦାନପ୍ରଦାନ ଦ୍ୱାରା ସଂପର୍କକୁ ଅଧିକ ବଢ଼ାଇବ ବୋଲି କହିଥିଲେ ।

ସେ ଉଭୟ ରାଜ୍ୟକୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ରାଷ୍ଟ୍ର ପ୍ରତି ଅବଦାନ ସେମାନଙ୍କୁ ଆହୁରି ଗୌରବାନ୍ୱିତ କରିବ ବୋଲି କହିଥିଲେ । ଓଡ଼ିଶାରେ ଅବସ୍ଥାନ କରୁଥିବା ଆସାମ ଓ ନାଗାଲାଣ୍ଡର ତିନି ଜଣ ଅଧିବାସୀ ନିଜ ରାଜ୍ୟ ଓ ଓଡ଼ିଶାରେ ସେମାନଙ୍କ ଅଭିଜ୍ଞତା ସଂପର୍କରେ କହିଥିଲେ । କିଟ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଆସାମର ତିନି ଜଣ ଛାତ୍ର ଏହି ଅବସରରେ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଶିକ୍ଷା ଓ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଉଭୟ ରାଜ୍ୟର ଛାତ୍ର, ଅଧିକାରୀ ସେମାନଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ । ରାଜଭବନର ଅଧିକାରୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking