ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ଏବଂ ନିଲମ୍ବିତ ସାଂସଦ ରାଘବ ଚଢ଼ାଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଦାୟର ଆବେଦନର ଶୁଣାଣି ଡିସେମ୍ବର ୮ ତାରିଖରେ ହେବ । ରାଜ୍ୟସଭାରୁ ନିଜ ନିଲମ୍ବନକୁ ରାଘବ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି । ଏହି ମାମଲାର ଶୁଣାଣି ୮ ତାରିଖରେ ହେବ ବୋଲି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ।
ପୂର୍ବ ଶୁଣାଣି ବେଳେ କୋର୍ଟ ରାଘବ ଚଢ଼ାଙ୍କୁ ରାଜ୍ୟସଭା ସଭାପତି ଜଗଦୀପ ଧନକରଙ୍କୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ କହିଥିଲେ । ଏହା ସହିତ ସଭାପତି ଏହି ମାମଲାରେ ସହାନୁଭୂତିପୂର୍ଣ୍ଣ ମନୋଭାବ ପୋଷଣ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ । କୋର୍ଟ କହିଥିଲେ ସେ ଜଣେ ଯୁବ ସାଂସଦ ହୋଇଥିବାରୁ ସେହି ଆଧାରରେ ବିଚାର କରି ସଭାପତି ତାଙ୍କ ନିଲମ୍ବନ ଶେଷ କରିପାରନ୍ତି ।