29.1 C
Bhubaneswar
Saturday, October 5, 2024
Homeଖେଳଟି-୨୦: ୩-୧ରେ ସିରିଜ କବ୍‌ଜା କଲା ଟିମ୍ ଇଣ୍ଡିଆ

ଟି-୨୦: ୩-୧ରେ ସିରିଜ କବ୍‌ଜା କଲା ଟିମ୍ ଇଣ୍ଡିଆ

ରାୟପୁର: ପ୍ରଥମେ ରିଙ୍କୁ ସିଂ, ଜିତେଶ ଶର୍ମା, ଜୟସ୍ୱାଲ ଓ ଗାଏକ୍ୱାଡ୍‌ଙ୍କ ମିଳିତ ରନ୍ ପରେ ଅକ୍ଷର ପଟେଲଙ୍କ କଞ୍ଜୁସ ବୋଲିଂ (୪ ଓଭର ୧୬ ରନ୍ ୩ ୱିକେଟ୍‌) ବଳରେ ଘରୋଇ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୨୦ ରନ୍‌ରେ ପରାସ୍ତ କରିଛି । ଏହା ସହ ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜେରେ ୪ଟି ମ୍ୟାଚରୁ ତୃତୀୟ ବିଜୟ ହାସଲ କରି ସିରିଜ କବ୍‌ଜା କରିଛି । ଭାରତ ଏବେ ୩-୧ରେ ସିରିଜ ହାତେଇଛି । ସହିଦ ବିର ନାରାୟଣ ସିଂ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ ପାଇ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅକ୍ଷର ପଟେଲ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

ବ୍ୟାଟିଂର ଆମନ୍ତ୍ରଣ ପାଇ ଭାରତ ପକ୍ଷରୁ ଜଶାୟସ୍ୱୀ ଜୟସ୍ୱାଲ ଓ ଋତୁରାଜ ଗାଏକ୍ୱାଡ୍ ଇନିସ୍ ଓପନ୍ କରିଥିଲେ । ଜୟସ୍ୱାଲ ଚିରାଚରିତ ବ୍ୟାଟିଂ କରିବା ସହ ପ୍ରଥମ ତିନି ଓଭର ଏକାକି ଖେଳିଥିଲେ । ପାୱାର ପ୍ଲେରେ ଦଳୀୟ ସ୍କୋର ୫୦ ରନ୍ ହୋଇଥିଲା । ଜୟସ୍ୱାଲ ୨୮ ବଲରୁ ୩୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଭାରତ ଲଗାତାର ଦୁଇଟି ୱିକେଟ୍ ହରାଇଥିଲା । ନମ୍ବର ୩ ବ୍ୟାଟର ଶ୍ରେୟସ୍ ଆୟର (୮) ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧) ବିଫଳ ହୋଇଥିଲେ । ଭାରତ ୬୩ ରନ୍‌ରେ ୩ ୱିକେଟ୍ ହରାଇଥିଲା । ଚର୍ଚ୍ଚାରେ ରହିଥିବା ରିଙ୍କୁ ସିଂ ଓ ଗାଏକ୍ୱାଡ୍ ଚତୁର୍ଥ ୱିକେଟ୍‌ରେ ୪୮ ରନ୍‌ର ପାର୍ଟନରଶିପ୍ କରିଥିଲେ । ଦଳୀୟ ସ୍କୋର ୧୩.୨ ଓଭର ବେଳକୁ ୧୧୧ ହୋଇଥିବା ବେଳେ ଗାଏକ୍ୱାଡ୍ ୨୮ ବଲରୁ ୩୨ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ପ୍ରଥମ ମ୍ୟାଚ୍ ଖେଳଥିବା ୱିକେଟ୍ କିପର ଜିତେଶ ଶର୍ମା ବିସ୍ପୋରକ ବ୍ୟାଟିଂ କରିଥିଲେ । ସେ ୧୯ ବଲରୁ କୋଟଇଏ ଚୌକା ଓ ୩ଟି ଛକା ସହାୟତାରେ ୩୫ ରନ୍ କରି ଆଉଟ୍ ହୋଇଥିଲେ । ୧୮.୪ ଓଭରରେ ଦଳୀୟ ସ୍କୋର ୧୬୭ରେ ଜିତେଶ ଆଉଟ୍ ହୋଇଥିଲେ । ଏହିଠାରୁ ଭାରତର ଆଉ ରନ୍ ସମ୍ଭବ ହୋଇନଥିଲା ।

ରିଙ୍କୁ ସିଂ ୨୯ ବଲରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ସର୍ବାଧିକ ୪୬ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ପୂର୍ବରୁ ଅକ୍ଷର ପଟେଲ ଓ ତାଙ୍କ ପରେ ଦୀପକ ଚହର ହକ୍ ହୋଇଥିଲେ । ରବି ବିଷ୍ଣୋଇ ୪ ରନ୍ କରି ଦଳୀୟ ସ୍କୋର ୧୭୦ ରନ୍ ପାର କରାଇଥିଲେ । ଅନ୍ତିମ ୨ ଓଭରରେ ଭାରତ ୫ ୱିକେଟ୍ ହରାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଡ୍ୱାର୍ଶୁଇସ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ତନବୀର ସଂଘ ଓ ଜେସନ୍ ବେହେରନ୍‌ଡର୍ଫ ୨ଟି ଲେଖାଏଁ ନେଇଥିଲେ । ୧୭୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର ଟ୍ରାଭିସ୍ ହେଡ୍‌ଙ୍କ ସହ ଜୋଶ ଫିଲିପେ ପାଳି ଆରମ୍ଭ କରିଥିଲେ । ପ୍ରଥମ ୩ ଓଭରରୁ ୪୦ ରନ୍ ସଂଗୃହିତ ହୋଇଥିଲା । ଏହିଠାରେ ଫିଲିପେ ୮ ରନ୍ କରି ଆଉଟ୍ ହୋଇଥିଲେ । ଏହାର ୪ ରନ୍ ବ୍ୟବଧାନରେ ହେଡ୍ ୧୬ ବଲରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୩୧ ରନ୍ କରି ପାଭିଲିୟନ୍ ଫେରିଥିଲେ । ଏହାର ୮ ରନ୍ ବ୍ୟବଧାନରେ ଆରୋନ୍ ହାର୍ଡି ୮ ରନ୍ କରି ଆଉଟ୍ ହୋଇଥିଲେ ।

ଏହି ଦୁଇଟି ଯାକ ୱିକେଟ୍ ଅକ୍ଷର ପଟେଲ ନେଇ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ପରେ ବେନ୍ ମ୍ୟାକ୍‌ଡେମର୍ଟ ଓ ଟିମ୍ ଡେଭିଡ୍ ଭାର ସମ୍ଭାଳିଥିଲେ ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ । ମ୍ୟାକ୍ ଡେମର୍ଟଙ୍କୁ ଅକ୍ଷର ଆଉଟ୍ କରି ଭାରତ ବିଜୟ ରାସ୍ତା ତିଆରି କରିଥିଲେ । ୧୪.୪ ଓଭର ବେଳକୁ ଦଳୀୟ ସ୍କୋର ୧୦୭ ରନ୍ ହୋଇଥିବା ବେଳେ ଟିମ୍ ଡେଭିଡ୍ ଆଉଟ୍ ହୋଇଥିଲେ । ମ୍ୟାକ୍‌ଡେମର୍ଟ ଓ ଡେଭିଡ୍ ୧୯ ରନ୍ ଲେଖାଏଁ କରିଥିଲେ । ଅନ୍ୟତମ ବ୍ୟାଟର ମାଥ୍ୟୁ ଶର୍ଟ ଅଧିନାୟକ ମାଥ୍ୟୁ ୱେଡ୍‌ଙ୍କ ସହ ରନ୍ ବୃଦ୍ଧି କରିଥିଲେ । ଦ୍ରୁତ ରନ୍ କରିବାକୁ ଯାଇ ଶର୍ଟ ୧୯ ବଲରୁ ୨୨ ରନ୍ କରି ଆଉଟ୍ ହୋଇଥିଲେ । ପରେ ବେନ୍ ଡ୍ୱାଶୁନ୍ସ୍ ୧ ରନ୍ କରିଥିଲେ । ୱେଡ୍ ଏକାମି ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ୨୩ ବଲରୁ ୨ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୩୬³ ରନ୍ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରି ନଥିଲେ । ଭାରତ ପକ୍ଷରୁ ଅକ୍ଷର ତିନିଟି ୱିକେଟ୍ ନେଇଥିବା ବେଳେ ଦୀପକ ଚହର ଦୁଇଟି, ରବି ବିଷ୍ଣୋଇ ଓ ଆଭେଶ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking