28.1 C
Bhubaneswar
Thursday, September 19, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

ନବରଙ୍ଗପୁର : ଚିତ୍ରକୋଣ୍ଡା ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ।  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା  ଥାନା ଅନ୍ତର୍ଗତ ମୋତିଗାଁରେ ପହଁଚିଲା ୬ ମୃତଦେହ। ଶହଶହ ଲୋକଙ୍କ କାନ୍ଦବୋବାଳି ଏବଂ ଶୋକାକୁଳ ପରିବେଶ ରେ ଫାଟିପଡ଼ୁଛି ଗାଁ ମଶାଣି । ସୂଚନା ଅନୁସାରେ ଗତକାଲି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ସିମେଣ୍ଟ ବୋଝେଇ ଟିପ୍ପର ଦୁର୍ଘଟଣାଗ୍ରସ୍ତ ହୋଇଛି। ହନ୍ତାଳଗୁଡା ଘାଟିରେ ଭାରସାମ୍ୟ ହରାଇ  ଟିପ୍ପରଟି ଓଲଟି ପଡିଥିଲା ।

ଫଳରେ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇଥିଲେ ।  ଗୁରୁତରଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିବା ବେଳେ ହନ୍ତାଳଗୁଡାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଆଜି ସକାଳେ ୬ ମୃତକଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking