32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶପଣବନ୍ଦୀଙ୍କ ଖଲାସ ସମ୍ଭାବନା ଉଜ୍ଜ୍ୱଳ; ଇସ୍ରାଏଲ ଓ ହାମାସ୍ ମଧ୍ୟରେ ଅସ୍ତ୍ରବିରତି ରାଜିନାମା!

ପଣବନ୍ଦୀଙ୍କ ଖଲାସ ସମ୍ଭାବନା ଉଜ୍ଜ୍ୱଳ; ଇସ୍ରାଏଲ ଓ ହାମାସ୍ ମଧ୍ୟରେ ଅସ୍ତ୍ରବିରତି ରାଜିନାମା!

ତେଲ୍ ଆଭିଭ୍ : ଅକ୍ଟୋବର ୭ରୁ ଇସ୍ରାଏଲ ଏବଂ ପାଲେଷ୍ଟଶଇନରେ ସକ୍ରିୟ ଥିବା ହାମାସ୍ ଆତଙ୍କବାଦୀ ସଂଗଠନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୬ ସପ୍ତାହ ଅତିକ୍ରାନ୍ତ ହୋଇସାରିଲାଣି । ଇସ୍ରାଏଲର ପ୍ରବଳ ଆକ୍ରମଣରେ ପାଲେଷ୍ଟାଇନସ୍ଥିତ ଗାଜା ଉପତ୍ୟକା ବର୍ତ୍ତମାନ ଏକପ୍ରକାର ଶ୍ମଶାନ ପାଲଟିଛି । ଗାଜାରେ ଶତାଧିକ ଲୋକ ପ୍ରାଣ ହରାଇସାରିଥିବାବେଳେ ଲକ୍ଷାଧିକ ବାସଚ୍ୟୁତ ହୋଇସାରିଛନ୍ତି । ଯୁଦ୍ଧ ବନ୍ଦ କରିବାକୁ ଜାତିସଂଘ ସମେତ ବିଭିନ୍ନ ରାଷ୍ଟ୍ର ଚାପ ପକାଉଥିଲେ ସୁଦ୍ଧା ଇସ୍ରାଏଲ ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଯୁଦ୍ଧ ଲାଗିବା ପରେ ଉଭୟ ହାମାସ୍ ଓ ଇସ୍ରାଏଲ ପ୍ରତିପକ୍ଷ ଗୋଷ୍ଠୀର ଶତାଧିକ ଲୋକଙ୍କୁ ଅପହରଣ କରି ପଣବନ୍ଦୀ ରଖିଛନ୍ତି ।

ଅବଶ୍ୟ ଇସ୍ରାଏଲ ଆକ୍ରମଣରେ ଗାଜାରେ ପଣବନ୍ଦୀ ଥିବା କେତେକ ଲୋକଙ୍କର ମୃତ୍ୟୁ ଘଟିସାରିଛି । ଅବଶିଷ୍ଟ ପଣବନ୍ଦୀଙ୍କୁ ଖଲାସ କରିବାକୁ ଇତିମଧ୍ୟରେ ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଓ ହାମାସ୍ ମଧ୍ୟରେ ପାଞ୍ଚଦିନିଆ ଅସ୍ତ୍ରବିରତି ରାଜାନାମା ସ୍ୱାକ୍ଷରିତ ହୋଇଛି ବୋଲି ଆମେରିକୀୟ ସମ୍ବାଦପତ୍ର ‘ୱାଶିଂଟନ ପୋଷ୍ଟ୍‌’ ପକ୍ଷରୁ ସୂଚନା ମିଳିଛି । ୬ ପୃଷ୍ଠା ସମ୍ବଳିତ ଏହି ରାଜାନାମା ଅନୁଯାୟୀ ପଣବନ୍ଦୀଙ୍କୁ ଖଲାସ କରିବାକୁ ଉଭୟପକ୍ଷ ପାଞ୍ଚଦିନ ପର୍ଯ୍ୟନ୍ତ ଆକ୍ରମଣ କରିବେ ନାହିଁ ବୋଲି ଜଣାପଡିଛି । ପ୍ରତିଦିନ ୧୦ରୁ ୧୨ ଜଣ ପଣବନ୍ଦୀଙ୍କୁ ଫେରାଇ ଦିଆଯିବ । ହାମାସ୍ ପକ୍ଷରୁ ୨୪୦ ଇସ୍ରାଏଲୀ ସୈନ୍ୟ ଓ ନାଗରିକଙ୍କୁ ପଣବନ୍ଦୀ ରଖାଯାଇଛି । ସେମାନଙ୍କୁ ଖଲାସ କରିବାକୁ ଇସ୍ରାଏଲ ବାରମ୍ବାର ଦାବି କରୁଥିବାବେଳେ ହାମାସ୍ କିନ୍ତୁ ଏଥିପାଇଁ ସର୍ତ୍ତ ରଖିଥିଲା ।

ଇସ୍ରାଏଲ ଯଦି ଗାଜା ଉପତ୍ୟକାରେ ଆକ୍ରମଣ ବନ୍ଦ ରଖିବ, ତେବେ ପଣବନ୍ଦୀଙ୍କୁ ଖଲାସ କରାଯିବ ବୋଲି ସେତେବେଳେ ହାମାସ୍ ପକ୍ଷରୁ ସର୍ତ୍ତ ରଖାଯାଇଥିଲା । ଇସ୍ରାଏଲ କିନ୍ତୁ ଏହି ସର୍ତ୍ତକୁ ନମାନି ଗାଜା ଉପରେ ଭୟଙ୍କର ଆକ୍ରମଣ ଜାରିି ରଖିଥିଲା । ପୁନଶ୍ଚ ପାଞ୍ଚଦିନିଆ ଅସ୍ତ୍ରବିରତି କାର୍ଯ୍ୟକାରୀ କରାଗଲେ ଗାଜା ମଧ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରିବ ବୋଲି ଆଶା କରାଯାଉଛି । କାରଣ ଯୁଦ୍ଧ ଆରମ୍ଭ ହେବାପରେ ଇସ୍ରାଏଲ ଗାଜାର ସମସ୍ତ ପ୍ରବେଶପଥକୁ ସିଲ୍ କରିବା ଫଳରେ ଗାଜାରେ ଖାଦ୍ୟ ଓ ପାନୀୟ ଜଳ ସଙ୍କଟ ଉପୁଜିଥିଲା । ତେବେ ଇଜିପ୍ଟର ମଧ୍ୟସ୍ଥତା ଯୋଗୁଁ ଗତ ସପ୍ତାହରେ ଗାଜାକୁ ପ୍ରଥମ ଡିଜେଲ ଟ୍ୟାଙ୍କର ପ୍ରବେଶ କରିଥିଲା । ଇନ୍ଧନ ଅଭାବରୁ ଗାଜାର ଅଧିକାଂଶ ହସ୍ପିଟାଲରେ ଅବସ୍ଥା ଶୋଚନୀୟ ହୋଇପଡିଛି । ଡିଜେଲ ଅଭାବରୁ ଜେନେରେଟର ଚାଲୁନଥିବାରୁ ଚିକିତ୍ସାଧୀନ ରୋଗୀ ଛଟପଟ ଅବସ୍ଥାରେ ପଡିରହିଥିବାବେଳେ କେତେକ ନବଜାତ ଶିଶୁ ପ୍ରାଣ ହରାଇସାରିଲେଣି ।

ଗାଜାସ୍ଥିତ ଅଲ୍‌-ସିଫା ହସ୍ପିଟାଲକୁ ଇସ୍ରାଏଲ ବର୍ତ୍ତମାନ ମୁଖ୍ୟ ଟାର୍ଗେଟ କରିଛି । ହାମାସ୍ ଆତଙ୍କବାଦୀମାନେ ଉକ୍ତ ହସ୍ପିଟାଲକୁ ନିଜର ଆଡ୍ଡାସ୍ଥଳୀରେ ପରିଣତ କରିଛନ୍ତି ବୋଲି ଇସ୍ରାଏଲ ଅଭିଯୋଗ କରୁଛି । ଅପରପକ୍ଷରେ ପାଞ୍ଚଦିନିଆ ଅସ୍ତ୍ରବିରତି ରାଜିନାମାକୁ ହ୍ୱାଇଟ୍ ହାଉସ ମୁଖପାତ୍ର ଆଡ୍ରିନ୍ ୱାଟସନ୍ ଖଣ୍ଡନ କରିଛନ୍ତି । ଏପର୍ଯ୍ୟନ୍ତ ରାଜିନାମା ସ୍ୱାକ୍ଷରିତ ହୋଇନଥିଲେ ସୁଦ୍ଧା ଖୁବଶୀଘ୍ର ଏହା ସମ୍ପାଦିତ ହୋଇପାରେ ବୋଲି ୱାଟ୍‌ସନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking