34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶମଣିପୁରରେ ସାନି ହିଂସା, ୨ ମୃତ

ମଣିପୁରରେ ସାନି ହିଂସା, ୨ ମୃତ

ଇମ୍ଫାଲ: ମଣିପୁରରେ ପୁଣି ଜାତିଗତ ହିଂସା ମୁଣ୍ଡ ଟେକିଛି । ସୋମବାର କାଙ୍ଗ୍‌ପୋକ୍‌ପି ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘଏର୍ଷର ସୂତ୍ରପାତ ହୋଇ ୨ ଜଣ ପ୍ରାଣ ହରାଇଥିବା କୁହାଯାଇଛି । ଆକ୍ରମଣରେ କୁକି-ଜୋ ସଂପ୍ରଦାୟର ଲୋକେ ଶିକାର ହୋଇଛନ୍ତି । ଆକ୍ରମଣ ପରେ ସମଗ୍ର କାଙ୍ଗ୍‌ପୋକ୍‌ପି ଜିଲ୍ଲାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିବାବେଳେ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି ।

ଶାନ୍ତି ବଜାୟ ରଖିବାକୁ ଉକ୍ତ ଅଞ୍ଚଳରେ ଅଧିକ ସୁରକ୍ଷା କର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ଚଳିତବର୍ଷ ମେ’ ୩ରୁ କୁକି ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଉପୁଜିଥିବା ଜାତିଗତ ହିଂସାରେ ଏପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking