31.1 C
Bhubaneswar
Friday, September 20, 2024
Homeଓଡିଶାଫେବୃଆରୀ ୧୬ରୁ +୨ ପରୀକ୍ଷା ଆରମ୍ଭ; ଜାନୁଆରୀ ୨ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା

ଫେବୃଆରୀ ୧୬ରୁ +୨ ପରୀକ୍ଷା ଆରମ୍ଭ; ଜାନୁଆରୀ ୨ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର: ୨୦୨୪ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକଶିକ୍ଷା ପରୀକ୍ଷା ଆସନ୍ତା ଫେବୃଆରୀ ୧୬ରୁ ଏବଂ ସମସ୍ତ ଷ୍ଟ୍ରିମର ପ୍ରାକ୍ଟିକାଲ ଜାନୁଆରୀ ୨ରୁ ଆରମ୍ଭ ହେବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡିଛି । ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ନଭେମ୍ବର ୨୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଯେଉର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ ନାହିଁ ସେମାନଙ୍କ ଲାଗି ୧୦୦ଟଙ୍କା ଜରିମାନାରେ ଫର୍ମ ପୂରଣ ପ୍ରକ୍ରିୟା ଡିସେମ୍ବର ୧ରୁ ଆରମ୍ଭ ହୋଇ ୪ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଯଦି କୌଣସି ଛାତ୍ରଛାତ୍ରୀ କିଛି ସମସ୍ୟା ଲାଗି ଏହି ଜୋରିମାନା ଅବଧି ମଧ୍ୟରେ ଫର୍ମପୂରଣ କରିନପାରନ୍ତି ତେବେ ସେମାନଙ୍କ ଲାଗି ଶେଷ ସୁଯୋଗ ତଥା ତୃତୀୟ ପର୍ଯ୍ୟାୟ ଫର୍ମ ପୂରଣ ଡିସେମ୍ବର ୬ରୁ ୭ତାରିଖ ପର୍ଯ୍ୟନ୍ତ ୨ଦିନ ଦିଆଯିବ । ଏହି ୩ୟ ପର୍ଯ୍ୟାୟ ଫର୍ମପୂରଣ ଲାଗି ୪୫୦ଟଙ୍କା ଜୋରିମାନା ଆଦାୟ କରାଯିବ ।

ରାଜ୍ୟରେ ମୋଟ ୨୦୬୫ଟି ଜୁନିୟର କଲେଜ ମଧ୍ୟରୁ ୧୫୬୦ଟି ଜେନେରାଲ କଲେଜ ରହିଥିବା ବେଳେ ଅବଶିଷ୍ଟ +୨ ସଂସ୍କୃତ କଲେଜ ଆଦି ରହିଛି । ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ +୨ ପରିଷଦ ଲକ୍ଷ୍ୟ ରଖିଥିବା ବେଳେ ଯଦି ଆବଶ୍ୟକ ପଡେ ତେବେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ରେଜଲ୍ଟ ପ୍ରକାଶ କରାଯିବ । ମାତ୍ର ଆସନ୍ତା ସାଧାରଣ ନିର୍ବାଚନ ପ୍ରକ୍ରିୟାକୁ ନଜର ଦେଇ ଏପରି ଶୀଘ୍ର ପରୀକ୍ଷା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking