24.1 C
Bhubaneswar
Sunday, October 20, 2024
Homeଓଡିଶାବିଜେପି ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ବିଜେଡିରେ ସାମିଲ

ବିଜେପି ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ବିଜେଡିରେ ସାମିଲ

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ୨୦୧୪ ଏବଂ ୨୦୧୯ର ବିଜେପି ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ଆଜି ଶତାଧିକ ବିଜେପି କର୍ମୀ ଓ ସମର୍ଥକଙ୍କ ସହ ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ । ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ପାଟଣା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଭବାନୀ ଶଙ୍କର ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଭାରତୀୟ ଜନତା ପାର୍ଟିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ଆମ୍ଭମାନଙ୍କୁ ସର୍ବଦା ଅଣଦେଖା କରାଯାଇଥିଲା । ବିଜେପିରେ କୌଣସି ନୀତି ଆଦର୍ଶ ନଥିବା ବେଳେ ସର୍ବଦା ଗୋଷ୍ଠୀ କନ୍ଦଳ ଲାଗିରହିଛି ।

ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡେି ର ଯୋଗ ଦେଲୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ମଣ୍ଡଳ ସଭାପତି ଈଶ୍ୱର ଚନ୍ଦ୍ର ନାଏକ, ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ସଭାପତି ଚନ୍ଦ୍ର ମୋହନ ନାଏକ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଭାରତୀୟ ମଜଦୁର ସଂଘ ନିରାପତ୍ତା ସମ୍ପାଦକ ରବୀନ୍ଦ୍ର ନାଏକ, ସାହାରପଡ଼ାର ପୂର୍ବତନ ସରପଞ୍ଚ ପାର୍ବତୀ ହୋ, ସାଉଁଟି ସମାଜର ଉପସଭାପତି ତାରାମଣୀ ନାୟକ, ଜୁଆଙ୍ଗ ସାଂସ୍କୃତିକ ସମାଜର ସମ୍ପାଦକ ଚିନ୍ତାମଣୀ ଜୁଆଙ୍ଗ, ଝୁମ୍ପୁରା ବ୍ଲକ ଭାରତ ଶାନ୍ତି କମିଟିର ସଭାପତି ନାରାୟଣ ସାହୁ, କେନ୍ଦୁଝର ଜିଲ୍ଲା ବିର୍ଶାମୁଣ୍ଡା ହୋ ସମାଜର ଉପଦେଷ୍ଟା ଜୀବନ ସିଂ ମୁଣ୍ଡା, ସାହାରପଡ଼ାର ପୂର୍ବତନ ସରପଞ୍ଚ ବିମ୍ବାଧର ନାୟକ, ବକ୍ସିବରିଗାଁର ପୂର୍ବତନ ସରପଞ୍ଚ ମୁରଲୀଧର ଦଣ୍ଡପାଟ, ଖଜିରାପାଟର ପୂର୍ବତନ ସରପଞ୍ଚ ବୁଦ୍ଧରାମ ମୁଣ୍ଡା, କେନ୍ଦୁଝର ଜିଲ୍ଲା ଗୌଣ୍ଡା ମହାସଭାର ସଭାପତି ଯଶୋଦା ମାନସିଂହ, ସାହାରପଡ଼ାର ପୂର୍ବତନ ସାଧାରଣ ସମ୍ପାଦକ ଦିବାକର ମହାନ୍ତ, ମାଛଗଡ଼ ଗ୍ରାମପଞ୍ଚାୟତ ସଭାପତି କୁଳମଣୀ ମହାନ୍ତ, ବଡ଼ନାଉଳିର ପୂର୍ବତନ ଗ୍ରାମପଞ୍ଚାୟତ ସଭାପତି ମହେନ୍ଦ୍ର ମହାନ୍ତ, ଝୁମ୍ପୁରା ବ୍ଲକର ପୂର୍ବତନ ବିଜେପି ମଣ୍ଡଳ କୋଷାଧ୍ୟକ୍ଷ ଶଙ୍ଖାଳି ମାଟିଆ, ଝୁମ୍ପୁରା ବ୍ଲକର ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଚନ୍ଦ୍ରଶେଖର ନାୟକ, ପାଟଣା ନିର୍ବାଚନମଣ୍ଡଳୀ ଜୋନ-୨୩ର ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ନିଶିକାନ୍ତ ବେହେରା, ପୂର୍ବତନ ବିଜେପି କର୍ମୀ ସରୋଜ କୁମାର ମହାନ୍ତ, ଗୋବର୍ଦ୍ଧନ ନାୟକ, ମକରଧ୍ୱଜ ନାୟକ, ହରେକୃଷ୍ଣ ନାୟକ, ଲକ୍ଷ୍ମଣ ମହାନ୍ତ, ସନାତନ ନାୟକ, ଗୌରାଙ୍ଗ ବେହେରା, ଦୁର୍ଗାଚରଣ ମହାନ୍ତଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, ବରିଷ୍ଠ ନେତା ତଥା ଚିଲିକା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର (ରାଜା) ଉପସ୍ଥିତ ଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking