19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶବିଶ୍ୱକପ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ...

ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସ

ବ୍ୟୁରୋ : ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଦିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ ମ୍ୟାଚ୍‌ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଏହି ମ୍ୟାଚ୍‌ ପାଇଁ କ୍ରିକେଟ ଫ୍ୟାନ୍ସଙ୍କ କ୍ରେଜ ରହିଥିବା ବେଳେ ବଡ ବଡ ରାଜନେତା ମଧ୍ୟ ବାଦ୍‌ ପଡିନାହାନ୍ତି । ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସ ମଧ୍ୟ ଉପସ୍ଥିତି ରହିବେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ସୁରକ୍ଷା ଏବଂ ବ୍ୟବସ୍ଥାକୁ କଡାକଡ଼ି କରିଛନ୍ତି । ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଛି । ଏଥିରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏବଂ ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସ ମ୍ୟାଚ ଦେଖିବେ ବୋଲି ସୂଚନା ରହିଛି । ଏହି ମ୍ୟାଚ ପାଇଁ ୪,୫୦୦ ପୋଲିସ କର୍ମୀ ନିୟୋଜିତ ରହିଛନ୍ତି ।ଫାଇନାଲ ପାଇଁ ଟିମ୍‌ ପହଞ୍ଚି ଅଭ୍ୟାସ ଜାରି ରଖିଛି । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍ ଖେଳାଯିବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ଶୋ’ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବେ । ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି । ଏହି ସମାରୋହରେ ଅନେକ ବଲିଉଡ୍‌ ଷ୍ଟାର୍‌ ନିଜର ଜଲଓ୍ଵା ଦେଖାଇବେ ।ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୧୯ରେ କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩ର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି । ସେପଟେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଟିମ୍‌କୁ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking