29.1 C
Bhubaneswar
Saturday, October 5, 2024
Homeଅପରାଧବାପା ସାଜିଲା ସଇତାନ, ଟିବି ପୀଡିତା ଝିଅକୁ ଦୁଷ୍କର୍ମ କରିବା ପରେ ପିଟି ପିଟି ମାରିଦେଲା

ବାପା ସାଜିଲା ସଇତାନ, ଟିବି ପୀଡିତା ଝିଅକୁ ଦୁଷ୍କର୍ମ କରିବା ପରେ ପିଟି ପିଟି ମାରିଦେଲା

ମୁମ୍ବାଇ : ସଇତାନ ସାଜିଲା ବାପା । ନିଜ ୨୨ ବର୍ଷୀୟା ଝିଅକୁ ଦୁଷ୍କର୍ମ କରିବା ପରେ ଜବରଦସ୍ତ ଗର୍ଭପାତ କରିଲା । ଆଉ ଶେଷରେ ପିଟି ପିଟି ମାରିଦେଲା । ଏମିତି ଏକ ଘଟଣା ମୁମ୍ବାଇର ସଟେ ପାଲଘର ଜିଲ୍ଲାର ନାଲାସୋପାରାରେ ଘଟିଛି । ଏହା ବିଷୟରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେପଟେ ପୋଲି ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି । ଖବର ମୁତାବକ, ମୁମ୍ବାଇର ନାଲାସୋପାରାରେ ୨୨ ବର୍ଷୀୟ ଯୁବତୀ ନିଜ ବାପା ମା’ଙ୍କ ସହିତ ରହୁଥିଲେ । ଗତ ୩ ମାସ ହେଲାଣି ଯୁବତୀ ଜଣକ ଟିବିରେ ପୀଡିତ ବୋଲି ଜାଣିବାକୁ ପାଇଥିଲେ । ଏହା ପରେ ସେ ୧୧ ନଭେମ୍ବରରେ ମୁମ୍ବାଇର ଏକ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କ ମା’ ପୋଲିସରେ ଅଭିଯୋଗ କରିବା ପରେ ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ୫୪ ବର୍ଷୀୟ ବାପା ଟିବି ପୀଡିତା ଝିଅଙ୍କୁ ଯୌନ ଉତ୍ପୀଡନା ଦେବା ସହିତ ମାରପିଟ କରୁଥିଲେ । ଏହା ସହିତ ଯଦି ଝିଅ ଏହାକୁ ବିରୋଧ କରିବ, ସେଥିପାଇଁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା । ଝିଅକୁ ଜବରଦସ୍ତି ଘରେ ବାନ୍ଧି ରଖୁଥିଲେ । ଝିଅ ସହିତ ଦୁଷ୍‌କର୍ମ କରିବା ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ । ଏହାପରେ ଅଭିଯୁକ୍ତ ଯୁବତୀଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ । ଟିବିରେ ପୀଡିତାଙ୍କୁ ଅଭିଯୁକ୍ତ ବହୁତ ମାରିଥିଲେ । ଫଳରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯୁବତୀଙ୍କ ମା’ । ପୋଲିସ ଏହି ମାମଲାରେ କେସ୍‌ ରୁଜୁ କରି ଅଭିଯୁକ୍ତ ବିରୋଧରେ ଆଇପିସି ୩୭୬(ଏନ), ୩୫୪(ଏ), ୩୪୨, ୩୨୨, ୩୨୩, ୫୦୪ ଏବଂ ୫୦୬ ଧାରା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking