19.1 C
Bhubaneswar
Friday, November 22, 2024
Homeଓଡିଶା“ଓବିସି କମିଶନଙ୍କ ରିପୋର୍ଟ” ତୁରନ୍ତ ବିଧାନସଭାରେ ଉପସ୍ଥାପିତ କରାଯାଉ 

“ଓବିସି କମିଶନଙ୍କ ରିପୋର୍ଟ” ତୁରନ୍ତ ବିଧାନସଭାରେ ଉପସ୍ଥାପିତ କରାଯାଉ 

“ନବୀନ ଓଡ଼ିଶା”ର “ଅସଲି ଚିତ୍ର” ପ୍ରକାଶ କଲେ “ଓବିସି କମିଶନ”

ପ୍ରିୟ ମୁଖ୍ୟମନ୍ତ୍ରୀ,
ଓଡ଼଼ିଶାର ପଛୁଆବର୍ଗ କମିଶନ ରାଜ୍ୟର ପଛୁଆବର୍ଗଙ୍କର ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତାଙ୍କର ରିପୋର୍ଟ ସରକାରଙ୍କୁ ଦେଇଛନ୍ତି । ବିଭିନ୍ନ ସମ୍ବାଦ ପତ୍ରରେ ରିପୋର୍ଟର ସାରାଂଶ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଏହି ବର୍ଗର “ସ୍ଥିତି ସବୁ କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ” । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କମିଶନ ଏ ସର୍ଭେ କାର୍ଯ୍ୟକୁ ହାତକୁ ନେଇ ତାଙ୍କର ରିପୋର୍ଟ ଦେବାପରେ କାହିଁକି ସରକାର “ଚୁପ୍ ରହିଛନ୍ତି”? କ’ଣ “ଅସଲି ଓଡ଼ିଶାର ଚିତ୍ର” ସାମନାକୁ ଆସିଯିବା ଭୟରେ?
ରିପୋର୍ଟ ଅନୁଯାୟୀ :-
ପଛୁଆବର୍ଗଙ୍କ ମଧ୍ୟରୁ ୧ କୋଟି ୯୫ ଲକ୍ଷ ଲୋକ କମିଶନଙ୍କୁ ତାଙ୍କର ମତାମତ ଜଣାଇଛନ୍ତି । ଆହୁରି ଅନେକ ଆସି ପାରିନାହାନ୍ତି । ଆସି ନପାରିଥିବା ଲୋକଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ ହେବ ।
ଶିକ୍ଷା କ୍ଷେତ୍ରରେ – ରିପୋର୍ଟ ଅନୁଯାୟୀ ଏହି ବର୍ଗଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ । (Deplorable Says OBC Commission)
ସରକାରୀ ଚାକିରୀରେ ପଛୁଆବର୍ଗଙ୍କ ସଂଖ୍ୟା ମାତ୍ର ୨.୮ ପ୍ରତିଶତ । ଏହି ବର୍ଗର ଆର୍ଥିକ ସ୍ଥିତି ଅତ୍ୟନ୍ତ ଭୟଙ୍କର । ମାତ୍ର ୧୯ ପ୍ରତିଶତ କୃଷି କାର୍ଯ୍ୟରେ ଅଛନ୍ତି । ଅନ୍ୟମାନେ ଦିନ ମଜୁରିଆ ଓ ଅଧିକାଂଶ ଦାଦନ ଶ୍ରମିକ । ଏହି ବର୍ଗର ଅଧିକାଂଶ ପରିବାର ଗରିବୀ ସୀମାରେଖାର ତଳେ (BPL) ।
ପଛୁଆବର୍ଗଙ୍କର ସି୍ଥତି ବ୍ୟତୀତ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ସମସ୍ୟା ତ’ ଆହୁରି ଚିନ୍ତାଜନକ ।
ମୁଖ୍ୟମନ୍ତ୍ରୀ ମହୋଦୟ – ଆପଣଙ୍କ ଶାସନ ପ୍ରାୟ ୨୫ ବର୍ଷ ହେବାକୁ ଯାଉଛି । ରାଜ୍ୟର ବିକାଶ ସମ୍ପର୍କରେ ପ୍ରତିଦିନ ସମ୍ବାଦପତ୍ର ମାନଙ୍କରେ ବଡ ବଡ “ବିଜ୍ଞାପନ” ବାହାରୁଛି । କମିଶନଙ୍କ ରିପୋର୍ଟ ସର୍ବସାଧାରଣ ହେଲେ ଏସବୁ ବିକାଶର ପ୍ରକୃତ ଚିତ୍ର ଜଣାପଡ଼ିଯିବ । ପଛୁଆବର୍ଗଙ୍କ ସଂଖ୍ୟା ୫୪ % – ସଂରକ୍ଷଣ ହେବା କଥା ୫୪ % କିନ୍ତୁ ଚାକିରୀରେ ମାତ୍ର ୧୧.୨୫% ଓ ଶିକ୍ଷା କ୍ଷେତ୍ରରେ ଆଦୌ ନାହିିଁ । ସମଗ୍ର ଦେଶରେ ଏହି ବର୍ଗ ଗତ ୨୫ ବର୍ଷ ହେଲା ଉଭୟ ଚାକିରୀ ଓ ଶିକ୍ଷାରେ ୨୭ % ପାଉଛନ୍ତି । ସାଧାରଣ ବର୍ଗଙ୍କ ସଂଖ୍ୟା ରାଜ୍ୟରେ ମାତ୍ର ୬ % ଥିବା ବେଳେ ସେମାନେ ପାଉଛନ୍ତି ୧୦ % ଉଭୟ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୪୦ % – ସଂରକ୍ଷଣ ୪୦ % ପରିବର୍ତ୍ତେ ଶିକ୍ଷା କ୍ଷେତ୍ରରେ ମାତ୍ର ୨୦% ।
ଗୋଟିଏ ପଟେ ରାଜ୍ୟର ୯୪ ପ୍ରତିଶତ ଲୋକଙ୍କ (ପଛୁଆବର୍ଗ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ) ସ୍ଥିତି ଅତ୍ୟନ୍ତ ଦୟନୀୟ । ଯାହାର ପରିଣାମ – ଗରିବୀରେ ଓଡ଼ିଶା ନଂ-୧ – ଦାଦନ ଯିବାରେ ଦେଶରେ ନଂ-୧ – ମୁଣ୍ଡପିଛା ଆୟରେ ସବୁଠୁ ତଳେ – ପ୍ରୋତ୍ସାହନ ନଥିବାରୁ କୃଷିରୁ ବାଧ୍ୟ ହୋଇ ଲୋକେ ମୁହଁ ମୋଡ଼ି ଦେଲେଣି ।
ଅନ୍ୟପଟେ – ରାଜ୍ୟର ଅସଲି “ରତ୍ନଭଣ୍ଡାର” ମୂଲ୍ୟବାନ “ଖଣିଜ ସମ୍ପଦ” ଯାହାର “ଲୁଟ୍‌ର ତାଣ୍ଡବ” ପ୍ରତିଦିନ ଚାଲିଛି । ଆପଣଙ୍କ ଛତ୍ରଛାୟାରେ ୧୦୦ଟି ପରିବାର ଏହି ଲୁଟ୍‌ରେ ସାମିଲ୍ ହୋଇ – ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି । “ଜଷ୍ଟିସ ଶାହା କମିଶନ” ତାଙ୍କ ରିପୋର୍ଟରେ – ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ଖଣି ଲୁଟ୍ ହେବାର ସ୍ପଷ୍ଟ କହିଛନ୍ତି ।
ଓଡ଼଼଼ିଶାବାସୀଙ୍କ ମୁଣ୍ଡରୁ “ଗରିବୀର ଟୀକା” ଆଜି ପର୍ଯ୍ୟନ୍ତ ହଟି ପାରୁନାହିଁ । ୧୦୦ ବର୍ଷ ତଳେ ମହାତ୍ମାଗାନ୍ଧୀ ଓଡ଼ିଶାର ଗରିବୀ ସମ୍ପର୍କରେ ଯାହା କହିଥିଲେ ଆଜି ବି ସେଇ ସ୍ଥିତି ।
ତୁରନ୍ତ କମିଶନଙ୍କ ରିପୋର୍ଟ ପ୍ରକାଶ କରାଯିବା ସହ ଏହି ବର୍ଗର ସାମ୍ବିଧାନିକ ଅଧିକାର ସବୁ କ୍ଷେତ୍ରରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରାଯାଉ । ଅତି କମ୍‌ରେ ପଛୁଆବର୍ଗରୁ ୫ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରୀ ଦେଇ – ଗତ ୨୫ ବର୍ଷ ଧରି ତାଙ୍କର ହକ୍ କୁ ଫେରାନ୍ତୁ ।
ସଂଖ୍ୟା ଯାହାର ଯେତେ – ଭାଗ ପାଇବେ ସେମାନେ ସେତେ ।
ସମ୍ମାନର ସହ
।ା ଇତି ।ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking