28.1 C
Bhubaneswar
Saturday, November 16, 2024
Homeଓଡିଶାଦ୍ୱିତୀୟ ଦିନରେ ବିଜେପିର “ବ୍ଲକ ଓ ପୌରନିଗମ” ଘେରାଓ କାର୍ଯ୍ୟକ୍ରମ

ଦ୍ୱିତୀୟ ଦିନରେ ବିଜେପିର “ବ୍ଲକ ଓ ପୌରନିଗମ” ଘେରାଓ କାର୍ଯ୍ୟକ୍ରମ

*ଦ୍ୱିତୀୟ ଦିନରେ ବିଜେପିର “ବ୍ଲକ ଓ ପୌରନିଗମ” ଘେରାଓ କାର୍ଯ୍ୟକ୍ରମ*

ଗରିବ ଲୋକଙ୍କୁ ପକ୍କା ଘର ଦେବା ପାଇଁ ଚାହାନ୍ତି ନାହିଁ ରାଜ୍ୟ ସରକାର
: ମନମୋହନ ସାମଲ

 ରାଜ୍ୟ ସରକାର ଚକ୍ରାନ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କ୍ରିୟାନ୍ୱୟନରେ ମନ୍ଥରତା ଆଣୁଛନ୍ତି
 ବିଜୁ ଜନତା ଦଳ ସରକାର ଓଡିଶାର ଗରୀବ ଲୋକଙ୍କୁ ମୋଦି ସରକାର ଦେଇଥିବା ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ କିଭଳି ସରିବ ତାହା ନକରି ଜାଣିଶୁଣି ବିଳମ୍ବ କରୁଛନ୍ତି
 ଏପ୍ରିଲ ରୁ ଜୁନ ମାସ ଭିତରେ ୨.୫୯ଲକ୍ଷ ଘର ନିର୍ମାଣ ସରିବା କଥା କିନ୍ତୁ ହୋଇଛି ମାତ୍ର ୩ହଜାର
 “୧ ପ୍ରତିଶତ” ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ ରାଜ୍ୟ ସରକାର
 ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଆଜି ରାଜ୍ୟର ଅନେକ ବ୍ଲକ ଘେରାଓ କରାଗଲା
 କାର୍ଯ୍ୟାଦେଶ ଦିଆଯାଇଥିବା ହିତାଧୀକାରିମାନଙ୍କୁ ପ୍ରଥମ କିସ୍ତି ମିଳିଲା ପରେ ଆଉ ଦ୍ୱିତିୟ କିସ୍ତି ମିଳୁନାହିଁ । ଦ୍ୱିତିୟ କିସ୍ତି ଅର୍ଥରାଶି ଦେବା ପାଇଁ ହିତାଧୀକାରିଙ୍କୁ ଲାଂଚ ଦେବାକୁ ପଡୁଛି
 ହିତାଧୀକାରୀ ପଂଚାୟତରୁ ନେଇ ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହେଉଛନ୍ତି

ଭୁବନେଶ୍ୱର,ତା.୧୫/୧୧: ରାଜ୍ୟ ସରକାର ଚକ୍ରାନ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କ୍ରିୟାନ୍ୱୟନରେ ମନ୍ଥରତା ଆଣୁଛନ୍ତି । ବିଜୁ ଜନତା ଦଳ ସରକାର ଓଡିଶାର ଗରୀବ ଲୋକଙ୍କୁ ମୋଦି ସରକାର ଦେଇଥିବା ପକ୍କା ଘର ନିର୍ମାଣ କିଭଳି ସରିବ ତାହା ନକରି ଜାଣିଶୁଣି ବିଳମ୍ବ କରୁଛନ୍ତି । ଓଡିଶାର ଗରିବ ଲୋକମାନେ ମୁଣ୍ଡ ଉପରେ ଛାତ ଖଣ୍ଡେ ପାଇଗଲେ କାଳେ ସେମାନେ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେଇଦେବେ, ବିଜେପିର ଲୋକପ୍ରିୟତା ବଢିଯିବ ସେହି ଭୟରେ ନବୀନ ବାବୁ ଷଡଯନ୍ତ୍ର କରିଛନ୍ତି ଯାହା ଫଳରେ ଓଡିଶାର ଗରିବଲୋକମାନେ ସେମାନଙ୍କର ଅଧିକାରରୁ ବଂଚିତ ହେଉଛନ୍ତି । ଏବେ କେନ୍ଦ୍ର ସରକାରଙ୍କର ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ୱାରା ସଦ୍ୟ ପ୍ରକାଶିତ ପ୍ରୋଗେସ ରିପୋର୍ଟ ଅନୁସାରେ, ଓଡିଶାରେ ଏପ୍ରିଲ ୨୦୨୩ ରୁ ଜୁନ ୨୦୨୩, ୩ ମାସ ଭିତରେ ୨ ଲକ୍ଷ ୫୯ ହଜାର ପକ୍କାଘର ନିର୍ମାଣ କାମ ସରିବା କଥା । ଏହି ସମୟରେ ୨ଲକ୍ଷ ୫୯ହଜାର ଗରିବ ଲୋକମାନେ ସେମାନଙ୍କ ପକ୍କା ଘରକୁ ପ୍ରବେଶ କରିବା କଥା । କିନ୍ତୁ ରାଜ୍ୟ ସରକାରଙ୍କର ଅପାରଗତା, ଚକ୍ରାନ୍ତ ଓ ଗରିବ ବିରୋଧୀ ନୀତି କାରଣରୁ ବର୍ତମାନ ସୁଦ୍ଧା ମାତ୍ର ୩ ହଜାର ପକ୍କାଘର ନିର୍ମାଣ କାର୍ଯ୍ୟ ସରିଛି । ଏହା ହେଉଛି ନିର୍ଦ୍ଧାରିତ ହୋଇଥିବା ଟାର୍ଗେଟର ମାତ୍ର ୧% । ଓଡ଼ିଶାର ଗରୀବ ଲୋକମାନେ କିଭଳି କେନ୍ଦ୍ର ସରକାର ଦେଉଥିବା ପକ୍କାଘର ନପାଇବେ ସେଥିପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ଭଦ୍ରକ ଜିଲ୍ଲାର ବନ୍ତଠାରେ ଅନୁଷ୍ଠିତ ବ୍ଲକ ଓ ପୌରନିଗମ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଳିତ ଆର୍ଥୀକ ବର୍ଷରେ ୧୦ ଲକ୍ଷ ୩୭ ହଜାର ପକ୍କାଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି । କିନ୍ତୁ ଏହି ଲକ୍ଷ୍ୟ ପୂରଣ କରିବାରେ ରାଜ୍ୟ ସରକାର ବିଫଳ । କାର୍ଯ୍ୟାଦେଶ ଦିଆଯାଇଥିବା ହିତାଧୀକାରିମାନଙ୍କୁ ପ୍ରଥମ କିସ୍ତି ମିଳିଲା ପରେ ଆଉ ଦ୍ୱିତିୟ କିସ୍ତି ମିଳୁନାହିଁ । ହିତାଧୀକାରିମାନେ ପଂଚାୟତରୁ ନେଇ ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହେଉଛନ୍ତି । ଦ୍ୱିତିୟ କିସ୍ତି ଅର୍ଥରାଶି ଦେବା ପାଇଁ ହିତାଧୀକାରିମାନଙ୍କୁ ଲାଂଚ ଦେବାକୁ ପଡୁଛି । ରାଜ୍ୟ ସରକାର ସାମାଜିକ ଅପରାଧ କରୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ ସରକାର ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କ୍ର୍ରିୟାନ୍ୱୟନରେ ଏଭଳି ମାନସିକତା ରଖିବେ ତାହାଲେ କିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଗରିବଙ୍କ ମୁଣ୍ଡ ଉପରେ ଛାତ ଘର ଦେବା ପାଇଁ ଦେଖିଥିବା ସ୍ୱପ୍ନ ପୂରଣ ହେବ । ନବୀନ ବାବୁଙ୍କର ସରକାର ସବୁ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କର କୌଣସି ସ୍ୱପ୍ନକୁ ପୂରଣ ନକରାଇଦେବା ମାନସିକତାରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗରିବଙ୍କ ସହିତ ଠିଆ ହୋଇଛନ୍ତି ଏବଂ ନବୀନ ବାବୁ ଅଣଓଡ଼ିଆ ଠିକାଦାର ଓ ଅଣଓଡ଼ିଆ ବ୍ୟବସାୟୀଙ୍କ ସହିତ ଠିଆ ହୋଇଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ବିକାଶ ପାଇଁ ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟ ବାବଦରେ ଗତ ୯ ବର୍ଷରେ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସହାୟତା ଦେଇଛନ୍ତି କିନ୍ତୁ ଓଡିଶାର ଭ୍ରଷ୍ଟାଚାରୀ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି ଗରିବ ଲୋକଙ୍କ ବିକାଶରେ ବାଧକ ସାଜିଛି । ଓଡିଶାରେ ୫୦ ପ୍ରତିଶତ ପିସି ସରକାର ଚାଲିଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଲୋକଟିଏ ବିଜେଡିର ନେତା ଓ ଅଫିସରମାନଙ୍କୁ ୨୦ ହଜାର ଟଙ୍କା ଲାଂଚ ଦେଉଛି । ଗରିବ ବାସହୀନଙ୍କୁ ଘର ନ ଦେଇ ବ୍ୟାପକ ମାତ୍ରାରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ଅଛନ୍ତି ବିଜେଡିର ନେତା,ମନ୍ତ୍ରୀ ଓ କୁଜିନେତାମାନେ । ରାଜ୍ୟର ବିକାଶରେ ବଡ ବାଧକ ସାଜିଛି ବିଜେଡି ବୋଲି ବୋଲି ଶ୍ରୀ ସାମଲ କହିଛନ୍ତି ।
ବ୍ଲକ ଓ ପୌରନିଗମ ଘେରାଓ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ସମସ୍ତ ବ୍ଲକରେ କରୁଥିବା “ବ୍ଲକ ଓ ପୌରନିଗମ” ଘେରାଉର ଆଜି ଦ୍ୱିତୀୟ ଦିନ । ଏହି ଦ୍ୱିତୀୟ ଦିନରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ଜନ ଆକ୍ରୋଶ ସମାବେଶ, ବନ୍ତ ବ୍ଲକ ଓ ପୌରନିଗମ ଘେରାଓ କରାଯାଇଛି ।
ଏହି ଘେରାଓ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ସୁଧାଂଶୁ ନାୟକ, ବଦ୍ରିନାରାୟଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସୁନ୍ଦରଗଡ ଜିଲ୍ଲାର ବଣାଇ, ଲେଫ୍ରିପଡା, ଝାରସୁଗୁଡା ଜିଲ୍ଲାର ବ୍ରଜରାନଗର, ଲଇକେରା, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ସମ୍ବଲପୁରର କୁଚିଣ୍ଡା, ଦେବଗଡ ପୌରନିଗମ, କଟକର ଆଠଗଡ, ନିଶ୍ଚିତକୋଇଲି, କେନ୍ଦ୍ରାପଡାର ରାଜନଗର, ଗଞ୍ଜାମର କବିସୂର୍ଯ୍ୟନଗର, ବୌଦ୍ଧର ହରଭଙ୍ଗା, କଳାହାଣ୍ଡିର କୋକସରା, ଜଗତସିଂହପୁରର ବିରିଡିରେ ବ୍ଲକ ଘେରାଓ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking