28.1 C
Bhubaneswar
Sunday, September 22, 2024
Homeସ୍ୱାସ୍ଥ୍ୟଅଧିକ କଫି ପିଉଛନ୍ତି ସାବଧାନ ! ଏତିକି କପ୍ କଫି ପିଇବା ଦ୍ୱାରା ବଢିପାରେ ଆପଣଙ୍କ...

ଅଧିକ କଫି ପିଉଛନ୍ତି ସାବଧାନ ! ଏତିକି କପ୍ କଫି ପିଇବା ଦ୍ୱାରା ବଢିପାରେ ଆପଣଙ୍କ ବୟସ

ଭୁବନେଶ୍ୱର : କଫି ପିଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ଗୋଟିଏ କପ କଫି ପିଇବା ମାତ୍ରେ ଶରୀର ସତେଜ ହୋଇଯାଏ । ତେଣୁ ଯୁବ ପିଢିଙ୍କ ପ୍ରଥମ ପସନ୍ଦ କଫି ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି କଫି ପିଇବା ଯେତିକି ଭଲ ସେତିକି ଖରାପ ମଧ୍ୟ । ଅଧିକ କଫି ଆପଣଙ୍କୁ ବିପଦରେ ପକାଇପାରେ । କିନ୍ତୁ ଅନେକ ଲୋକ ଦିନର ଆରମ୍ଭ ଗୋଟିଏ କପ୍ କଫି ସହ କରିବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଦିନର ଯେକୌଣସି ସମୟରେ କଫି ପିଇଥାନ୍ତି । ତେଣୁ ଭାରତ ସମେତ ପୂରା ବିଶ୍ୱରେ କଫିର ଚାହିଦା ଅଧିକ ରହିଛି । କିଛି ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷରେ ଏସିଆରେ କଫିର ଚାହିଦା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। କଫିର ଚାହିଦାକୁ ଦୃଷ୍ଟିରେ ରଖି କିଛି ସମୟ ପୂର୍ବରୁ ୩ଟି ଅନୁସନ୍ଧାନ କରାଯାଇଥିଲା । ଏହି ଅନୁସନ୍ଧାନରେ କୁହାଯାଇଛି ଯେ କଫି ପିଇବା ଦ୍ୱାରା ହୃତପିଣ୍ଡ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥିବା ବେଳେ କଫି ପିଇବା ଦ୍ୱାରା ବୟସ ମଧ୍ୟ ବଢିବାଇପାରେ । ଅନୁସନ୍ଧାନରେ ଆହୁରି ମଧ୍ୟ କୁହାଯାଇଛି ଯେ ହୃଦରୋଗ, ହୃଦଘାତ, ହୃଦସ୍ପନ୍ଦନ ସମସ୍ୟା କିମ୍ବା କୌଣସି କାରଣରୁ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ୧୦ ରୁ ୧୫ ପ୍ରତିଶତକୁ ହ୍ରାସ ହୋଇଥାଏ । କିନ୍ତୁ ଏଥିପାଇଁ କେତେ କପ୍ କଫି ପିଇବା ଆବଶ୍ୟକ ତାହା ମଧ୍ୟ ଜାଣନ୍ତୁ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ବେକର୍ ହାର୍ଟ ଇନଷ୍ଟିଚ୍ୟୁଟର ଆରିଥମିଆର ପ୍ରଫେସର ଏବଂ ହେଡ୍ ଅଫ୍ ରିସର୍ଚ୍ଚର ଡକ୍ଟର ପିଟର କିଷ୍ଟଲର ଓ ତାଙ୍କ ଦଳ ଏକ ବୃହତ ଡାଟାବେସ୍ ୟୁକେ ବାୟୋବ୍ୟାଙ୍କ ତଥ୍ୟ ବ୍ୟବହାର କରିଥିଲେ । ଏଥିରେ ୫ ଲକ୍ଷରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ସୂଚନା ରହିଛି । ଡକ୍ଟର ପିଟରଙ୍କ ଅନୁଯାୟୀ, କଫି ହୃଦସ୍ପନ୍ଦନକୁ ବଢାଇପାରେ । କିଛି ଲୋକ ଭାବନ୍ତି ଯେ କଫିକୁ ପିଇବା ଦ୍ୱାରା କିଛି ହୃଦୟ ଜନିତ ସମସ୍ୟା ହୋଇପାରେ । କିନ୍ତୁ ଆମର ତଥ୍ୟ ଅନୁସାରେ, ହୃଦ୍ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ କଫି ଏକ ସୁସ୍ଥ ଖାଦ୍ୟର ଅଂଶ ହେବା ଉଚିତ୍ । ଆମେ ଅନୁସନ୍ଧାନରେ ପାଇଲୁ ଯେ କଫି ପିଇବା ଦ୍ୱାରା କୌଣସି କ୍ଷତି ହୋଇନଥାଏ, ବରଂ ଏହାର ବ୍ୟବହାର ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

କେତେ କପ୍ କଫି ପିଇବା ଲାଭଦାୟକ

ହଙ୍ଗକଙ୍ଗର ଇଣ୍ଟରନ୍ୟାସନାଲ ହସ୍ପିଟାଲର ଡାଏଟିସିଆନ୍ କରେନ ଚୋଙ୍ଗ କହିଛନ୍ତି ଯେ, ଅନୁସନ୍ଧାନର ଫଳାଫଳ ଜାଣିବା ପରେ କଫି ପ୍ରେମୀମାନେ ଏହାକୁ ଅଧିକ ମାତ୍ରାରେ ପିଇବା ଉଚିତ୍ ନୁହେଁ। ଅନୁସନ୍ଧାନରୁ ମିଳିଥିବା ଫଳାଫଳ ଉପଯୋଗୀ, କିନ୍ତୁ ଏହା ଉପରେ ଆହୁରି ଗବେଷଣା ଆବଶ୍ୟକ । ସେ କହିଛନ୍ତି ଯେ, ଆପଣ ଗୋଟିଏ ଦିନରେ ଦୁଇ ତିନି କପ କଫି ପିଇପାରିବେ । ଦୁଇରୁ ତିନି କପ୍ କଫିରେ ପ୍ରାୟ ୨୦୦ ମିଲିଗ୍ରାମ କଫିନ୍ ରହିଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ଦିନରେ ୩ରୁ ଅଧିକ କପ୍ କଫି ପିଇବା ଦେହ ପାଇଁ ହାନିକାରକ । କାରଣ ୪କପ୍ କଫିରେ ୪୦୦ ଗ୍ରାମର କଫିନ୍ ରହିଥାଏ ଯାହା ଦେହ ପାଇଁ ଆଦୌ ଭଲ ନୁହେଁ । କଫିନ ହାର୍ଟ ବିଟ୍ ବଢାଇବାର କାରଣ ହୋଇଥାଏ ଅଧିକ କଫିନ ଶରୀରକୁ ଯିବା ଦ୍ୱାରା ବ୍ୟକ୍ତିକୁ ଚିଡଚିଡ଼ା କରିଥାଏ । ତେଣୁ ପିଲା କିମ୍ବା ବୟସ୍କଙ୍କ ପାଇଁ ଏହା ହାନୀକାରକ ହୋଇଥାଏ । କେବଳ ସେତିକି ନୁହେଁ ଗର୍ଭବତୀ ମହିଳା କିମ୍ବା ସ୍ତନପାନ କରାଉଥିବା ମହିଳା ମଧ୍ୟ ୨ରୁ ଅଧିକ କଫି ପିଇବା ହାନୀକାରକ ସାବ୍ୟସ୍ତ ହୋଇପାରେ ।

­­­­

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking