19.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶ୧୬ରୁ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀ ବୈଠକ; ଯୋଗଦେବେ ରାଜନାଥ

୧୬ରୁ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀ ବୈଠକ; ଯୋଗଦେବେ ରାଜନାଥ

ନୂଆଦିଲ୍ଲୀ: ଚଳିତମାସ ୧୬ରୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଆସିଆନ୍ (ଆସୋସିଏସନ୍ ଅଫ୍ ସାଉଥ୍ ଇଷ୍ଟ ଏସିଆନ୍ ନେସନ୍‌ସ) ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ ଆରମ୍ଭ ହେବାକୁ ଯାଉଛି । ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆସିଆନ୍ ଅଞ୍ଚଳରେ ଦେଖାଦେଇଥିବା ନିରାପତ୍ତା ପ୍ରସଙ୍ଗ ଉପରେ ରାଜନାଥ ନିଜର ବକ୍ତବ୍ୟ ରଖିବେ । ଏଥିସହିତ ରାଜନାଥ ବୈଠକରେ ଯୋଗଦେଇଥିବା ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍‌, ମାଲେସିଆ, ମିଆଁମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତ୍‌ନାମ ଆସିଆନ୍ ସଂଗଠନର ସଦସ୍ୟ ରାଷ୍ଟ୍ର ହୋଇଥିବାବେଳେ ଭାରତ, ଚୀନ୍‌, ଅଷ୍ଟ୍ରେଲିଆ, ଜାପାନ, ନ୍ୟୁଜିଲାଣ୍ଡ, ରିପବ୍ଲିକ୍ ଅଫ୍ କୋରିଆ, ରୁଷ୍ ଓ ଆମେରିକା ଡାଏଲଗ୍ ପାର୍ଟନର ଭୂମିକା ତୁଲାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking