ନୂଆଦିଲ୍ଲୀ: ବିଗତ କିଛି ସପ୍ତାହ ଧରି ଦିଲ୍ଲୀ ଓ ଏନ୍ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ୍)ରେ ପ୍ରଦୂଷଣ ମାତ୍ରା ସାଂଘାତିକ୍ ସ୍ତରରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଡାକ୍ତରଙ୍କ ପରାମର୍ଶକ୍ରମେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ସାମୟିକଭାବେ ରାଜସ୍ଥାନର ଜୟପୁର ସହରକୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀ ତୁଳନାରେ ଜୟପୁର ବାୟୁମଣ୍ଡଳ ଯଥେଷ୍ଟ ସ୍ୱଚ୍ଛ ଥିବାରୁ ସୋନିଆ କିଛି ଦିନ ସେଠାରେ ଅବସ୍ଥାନ କରିବା ଉଚିତ ବୋଲି ଡାକ୍ତରୀ ଦଳ ତାଙ୍କୁ ପରାମର୍ଶ ଦେଇଛନ୍ତି । ଦୀପାବଳିରେ ପ୍ରବଳ ବାଣ ଫୁଟିଥିବାବେଳେ ଦିଲ୍ଲୀର ଆକାଶ ଅଧିକ ପ୍ରଦୂଷିତ ହୋଇପଡିଛି । ମଙ୍ଗଳବାର ଦିଲ୍ଲୀରେ ଏକ୍ୟୁଆର (ଏୟାର କ୍ୱାଲିଟୀ ଇଣ୍ଡେକ୍ସ) ୩୭୫ ଥିବାବେଳେ ଜୟପୁରରେ ଏହା ୭୨ ରହିଛି । ଦୁଇମାସ ପୂର୍ବେ ସୋନିଆ ଦିଲ୍ଲୀର ଶ୍ରୀଗଙ୍ଗାରାମ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।