29.1 C
Bhubaneswar
Friday, November 15, 2024
Homeଦେଶ ବିଦେଶଆଇନା ଡ୍ୟାସ୍‌ବୋର୍ଡ ପୋର୍ଟାଲ ଉନ୍ମୋଚିତ

ଆଇନା ଡ୍ୟାସ୍‌ବୋର୍ଡ ପୋର୍ଟାଲ ଉନ୍ମୋଚିତ

ନୂଆଦିଲ୍ଲୀ: ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସହରଗୁଡିକ ପାଇଁ ‘ଆଇନା ଡ୍ୟାସ୍‌ବୋର୍ଡ’ ପୋର୍ଟାଲ ଙ୍ଗଙ୍ଗଙ୍ଗ.ବବସଦ୍ଭବ.ଶକ୍ଟଙ୍ଖ.ସଦ୍ଭକୁ ନଭେମ୍ବର ୧୩େ ଲାଇଭ୍ ଉନ୍ମୋଚନ କରାଯାଇଛି । ଦେଶର ପୌର ପ୍ରଶାସନଗୁଡିକ ଏହି ଅଗ୍ରଣୀ ପ୍ରୟାସରେ ଅଂଶଗ୍ରହଣ କରିବା ସହ ଆଇନା ପୋର୍ଟାଲରେ ସରଳ, ସହଜ ପୂରଣ ଯୋଗ୍ୟ, ଡାଟା ଏଣ୍ଟ୍ରି ଫର୍ମ ଜରିଆରେ ନିୟମିତଭାବେ ସେମାନଙ୍କର ପ୍ରମୁଖ ସୂଚନାଗୁଡିକୁ ସ୍ପେଚ୍ଛାକୃତଭାବେ ଦାଖଲ କରିପାରିବେ ।

ଆଇନା ଡ୍ୟାସ୍‌ବୋର୍ଡର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି (୧) ଅନ୍ୟ ସହର ତୁଳନାରେ ସେମାନେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଅନୁଧ୍ୟାନ କରିବା (୨) ଉନ୍ନତି ସମ୍ଭାବନା ଓ କ୍ଷେତ୍ରକୁ ସୂଚାଇ ସେମାନଙ୍କୁ ପ୍ରେରଣା ଯୋଗାଇବା (୩) ଅଗ୍ରଣୀମାନଙ୍କ ସହିତ ମିଶି ଶିଖିବା ଓ ଜଡିତହେବାର ସୁଯୋଗ ପ୍ରଦାନ କରିବା । ଡ୍ୟାସ୍‌ବୋର୍ଡ ପାଞ୍ଚଟି ସ୍ତମ୍ଭ ଯଥା (୧) ରାଜନୈତିକ ଓ ପ୍ରଶାସନିକ ଢାଞ୍ଚା, (୨) ଅର୍ଥ, (୩) ଯୋଜନା, (୪) ନାଗରିକ କେନ୍ଦ୍ରୀତ ଶାସନ ଏବଂ (୫) ମୌଳିକ ସେବା ପ୍ରଦାନ ଆଦିର ସୂଚକାଙ୍କ ଆଧାରରେ ୟୁଏଲବିଗୁଡିକ ଦ୍ୱାରା ଦାଖଲ କରଯାଇଥିବା ତଥ୍ୟ ଉପସ୍ଥାପନ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking