27.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଦୀପାବଳି ବଢ଼ାଇଲା ଟେନସନ୍‌, ଗୁରୁତର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ

ଦୀପାବଳି ବଢ଼ାଇଲା ଟେନସନ୍‌, ଗୁରୁତର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ବିଷ ବଳୟରେ ଦିଲ୍ଲୀବାସୀ। AQI ରହିଛି ୪୦୦ ଉପରେ । ଅତ୍ୟନ୍ତ ଖରାପ ସ୍ତରରେ ରହିଛି ଦିଲ୍ଲୀ ପ୍ରଦୂଷଣ । ଟେନସନ୍ ବଢ଼ାଇଛି ଦୀପାବଳି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଦୀପାବଳିରେ ବହୁ ମାତ୍ରାରେ ବାଣ ଫୁଟାଇବା ଯୋଗୁ ଦିଲ୍ଲୀ ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି। ଆକାଶରେ ଧୂଆଁର ଚାଦର ଦୃଶ୍ୟମାନ ହେଉଥିବାବେଳେ ଭିଜିବିଲିଟି ଖୁବ କମ୍ ରହିଛି। ଏପରି ସ୍ଥିତିରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶରେ ନଡ଼ାଗଦା ଜଳାଗଲେ ଦିଲ୍ଲୀର ଅବସ୍ଥା ଆହୁରି ଖରାପ ଆଡ଼କୁ ଗତି କରି ପାରେ ବୋଲି ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି ।

ବାୟୁ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ରାସ୍ତାରେ ଯିବାକୁ ହେଲେ ଲୋକଙ୍କୁ ଦିନରେ ମଧ୍ୟ ଗାଡ଼ି ଲାଇଟ୍ ଲଗାଇ ଯିବାକୁ ପଡ଼ୁଛି। ବାୟୁ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର ।

ଏକ ପିଟିସନ ଉପରେ ଶୁଣାଣୀ କରି ନିକଟରେ ସୁପ୍ରିମକୋର୍ଟ ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଦୀପାବଳିରେ ବାଣଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଥିଲେ । ବାଣ ବିକ୍ରି ଉପରେ ଲାଗୁ କଟକଣାକୁ ହଟାଇବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାତ୍ର ଏହା ପ୍ରଦୂଷଣ ମାତ୍ରା ବଢ଼ାଉଥିବାରୁ ଏହାକୁ ହଟାଇବାକୁ ସଫା ସଫା ମନା କରି ଦେଇଥିଲେ ସୁପ୍ରିମକୋର୍ଟ। ଏହାସତ୍ତ୍ୱେ ଦୀପାବଳିରେ ଏହି ନିର୍ଦ୍ଦେଶନାମାର ଖୋଲାଖୋଲି ଉଲ୍ଲଘଂନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking