24.1 C
Bhubaneswar
Wednesday, October 23, 2024
Homeଓଡିଶାନାବାଳିକାଙ୍କୁ ଅନର କିଲିଂ ଅଭିଯୋଗ, ୩ ଗିରଫ

ନାବାଳିକାଙ୍କୁ ଅନର କିଲିଂ ଅଭିଯୋଗ, ୩ ଗିରଫ

ନୟାଗଡ଼: ନୟାଗଡ଼ରେ ଅନର କିଲିଂ ଅଭିଯୋଗ । ନାବାଳିକା ଝିଅକୁ ହତ୍ୟା ପରେ ପୋତି ଦେଲେ ମୃତଦେହ । ନୟାଗଡ଼ରେ ହତ୍ୟା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲରେ ପୋତିଥିଲେ ମୃତଦେହ । ଅଭିଯୋଗ ପରେ ତନାଘନା ତଦନ୍ତ କରୁଛି ନୂଆଗାଁ ଥାନା ପୋଲିସ । ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ନାବାଳିକାଙ୍କ ପିଉସା ଓ ଦୁଇ ଭାଇ । ନାବାଳିକାଙ୍କ ବାପା ଫେରାର୍ ଅଛନ୍ତି । ତାଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚାଲିଛି ।

ନୂଆଗାଁ ଥାନା ସୋରଡ଼ା ଗାଁର ନାବାଳିକାଙ୍କୁ ହତ୍ୟା ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲରେ ପୋତି ଦିଆଯାଇଥିବା ବିଶେଷସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ତଦନ୍ତ ବେଳେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଧରିଛି । ସେମାନଙ୍କୁ ସାଙ୍ଗରେ ଧରି ନେଇଥିଲା ଘଟଣାସ୍ଥଳ । କନ୍ଧମାଳ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଙ୍ଗଲରୁ ମୃତଦେହକୁ ବାହାର କରିଥିଲା ପୋଲିସ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଛି ପୋଲିସ ।

ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ପ୍ରଶ୍ନ ଉଠୁଛି, କାହିଁକି ନାବାଳିକାଙ୍କୁ ହତ୍ୟା କରାଗଲା ? ତରବରିଆ ଭାବରେ ମୃତଦେହକୁ ପୋତି ଦେଲେ କାହିଁକି ? ହତ୍ୟା ପଛର କିଛି ଗୁଢ଼ ରହସ୍ୟ ରହିଛି କି ? ଅଧିକ ଖୋଳତାଡ କରୁଛି ନୂଆଗାଁ ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking