26.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଦୀପାବଳି ପାଳନର ନିଆରା ପରମ୍ପରା; ଭକ୍ତଙ୍କ ଉପରେ ଚଢିଲେ ଗୋରୁ

ଦୀପାବଳି ପାଳନର ନିଆରା ପରମ୍ପରା; ଭକ୍ତଙ୍କ ଉପରେ ଚଢିଲେ ଗୋରୁ

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ନିଆରା ଢଙ୍ଗରେ ଦୀପାବଳି ଉତ୍ସବ ପାଳିତ ହୋଇଥିବା ଜଣାପଡିଛି । ଭିଦାଭାଡା ଗ୍ରାମର ପରମ୍ପରା ଅନୁଯାୟୀ ଦୀପାବଳି ସକାଳେ ଭକ୍ତମାନେ ରାସ୍ତାରେ ଶୋଇଥିବାବେଳେ ସେମାନଙ୍କ ଉପରେ ଗାଈଗୋରୁ ଚଢି ଚାଲିଯାଉଥିବା ଲକ୍ଷ୍ୟ କରାଯାଇଛି । ଏହାଦ୍ୱାରା ସେମାନଙ୍କର ମନୋସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ଦୃଢ ବିଶ୍ୱାସ । ପ୍ରଥମେ ଗ୍ରାମର ସବୁ ଗୋରୁଙ୍କୁ ସ୍ନାନ ଓ ପୂଜାର୍ଚ୍ଚନା କରାଯାଇ ଠିକଣା ସ୍ଥାନରେ ଏକାଠି କରାଯାଇଥାଏ । ଏହାପରେ ଭକ୍ତମାନେ ରାସ୍ତାରେ ଶୋଇପଡନ୍ତି ଏବଂ ଗାଇଗୋରୁଙ୍କୁ ସେମାନଙ୍କ ଉପରେ ଚଢି ଚାଲିଯାଇଥାନ୍ତି ।

ଏହି ପରମ୍ପରାରେ ଅଂଶଗ୍ରହର କରୁଥିବା ଭକ୍ତମାନଙ୍କୁ ଦୀପାବଳିର ପୂର୍ବ ପାଞ୍ଚଦିନ ଉପବାସରେ ରହିବାକୁ ପଡିଥାଏ । ଗୋରୁ ଚଢି ଚାଲିଯିବାପରେ ଭକ୍ତମାନେ ଉଠିପଡି ବାଦ୍ୟର ତାଳେ ତାଳେ ନୃତ୍ୟ କରିଥାନ୍ତି । ଗୋରୁଙ୍କ ଶରୀରରେ ୩୩ କୋଟି ଦେବାଦେବୀ ବାସ କରୁଥିବାରୁ ଏଭଳି ପରମ୍ପରା ଜରିଆରେ ସେମାନଙ୍କର ମନୋସ୍କାମନା ପୂରଣ ହୋଇଥାଏ ବୋଲି ଗ୍ରାମବାସୀଙ୍କର ଦୃଢ ବିଶ୍ୱାସ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking