27.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଶିଳ୍ପପତି ଗୌତମ ସିଂଘାଣିଆଙ୍କ ବିବାହ ବିଚ୍ଛେଦ

ଶିଳ୍ପପତି ଗୌତମ ସିଂଘାଣିଆଙ୍କ ବିବାହ ବିଚ୍ଛେଦ

ନୂଆଦିଲ୍ଲୀ:  ବିଶିଷ୍ଟ ଶିଳ୍ପପତି ତଥା ସଂଘାଣିଆ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ସିଂଘାଣିଆ ଓ ତାଙ୍କ ପତ୍ନୀ ନୱାଜ୍ ମୋଦୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିବା ପ୍ରକାଶ । ରେମଣ୍ଡ ଟେକ୍ସଟାଇଲ୍ସ ମାଲିକ ଗୌତମ ୧୯୯୯ରେ ନୱାଜ୍‌ଙ୍କୁ ବିବାହ କରିଥିବାବେଳେ ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି । ତେବେ ଦୁଇ ସନ୍ତାନ କାହା ପାଖରେ ରହିବେ, ତାହା ଗୌତମ ସ୍ପଷ୍ଟ କରିନାହାନ୍ତି । କେଉଁ କାରଣରୁ ସିଂଘାଣିଆ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଛି, ତାହା ମଧ୍ୟ ଜଣାପଡିନାହିଁ ।

ସୂଚନାଯୋଗ୍ୟ ଗୌତମ ହେଉଛନ୍ତି ରେମଣ୍ଡ ଗ୍ରୁପ୍ ପ୍ରତିଷ୍ଠାତା ବିଜୟପତ୍ ସିଂଘାଣିଆଙ୍କ ଏକମାତ୍ର ପୁତ୍ର । କିଛିବର୍ଷ ପୂର୍ବେ ପିତା-ପୁତ୍ରଙ୍କ ମଧ୍ୟରେ ମତାନ୍ତର ଘଟିଥିବାବେଳେ ଏହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରେମଣ୍ଡ ଗ୍ରୁପ୍ ଦାୟିତ୍ୱ ନେବାପରେ ଗୌତମ ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟକୁ ବିସ୍ତାର କରିଚାଲିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking