32.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶବ୍ରିଟିଶ କ୍ୟାବିନେଟ୍‌ରେ ବ୍ୟାପକ ଅଦଳ ବଦଳ; ଗୃହମନ୍ତ୍ରୀ ବରଖାସ୍ତ, ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ବ୍ରିଟିଶ କ୍ୟାବିନେଟ୍‌ରେ ବ୍ୟାପକ ଅଦଳ ବଦଳ; ଗୃହମନ୍ତ୍ରୀ ବରଖାସ୍ତ, ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ସୋମବାର କ୍ୟାବିନେଟ୍‌ରେ ବ୍ୟାପକ ଅଦଳ ବଦଳ କରିଥିବା ଜଣାପଡିଛି । ବିବାଦୀୟ ମନ୍ତବ୍ୟ ଯୋଗୁଁ ଗୃହମନ୍ତ୍ରୀ ସୁଏଲା ବ୍ରାଭେରମ୍ୟାନ୍ କ୍ୟାବିନେଟ୍‌ରୁ ବରଖାସ୍ତ ହୋଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ ପୁଣି କ୍ୟାବିନେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଜନ୍‌ସନଙ୍କୁ ବିଦେଶ ମନ୍ତ୍ରୀଭାବେ ଅବସ୍ଥାପିତ କରାଯାଇଛି । ଜନ୍‌ସନ ୨୦୧୯ ଜୁଲାଇ ୨୪ରୁ ୨୦୨୨ ନଭେମ୍ବର ୬ ପର୍ଯ୍ୟନ୍ତ ବ୍ରିଟେନ ପ୍ରଧାନମନ୍ତ୍ରୀଭାବେ କାର୍ଯ୍ୟ କରିସାରିଛନ୍ତି । ବ୍ରେକ୍ସିଟ୍ ପ୍ରସଙ୍ଗ ନେଇ ବ୍ରିଟେନରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହେବାପରେ ଜନ୍‌ସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ତାଙ୍କ ସ୍ଥାନରେ କନ୍‌ଜର୍ଭେଟିଭ୍ ପାର୍ଟି ମୁଖ୍ୟଭାବେ ଲିଜ୍ ଟ୍ରସ୍ ମନୋନୀତ ହୋଇଥିବାବେଳେ ଟ୍ରସ୍ ମାତ୍ର ଦେଢ ମାସ (୨୦୨୨ ସେପ୍ଟେମ୍ବର ୬ରୁ ୨୦୨୨ ଅକ୍ଟୋବର ୨୫) ପାଇଁ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ଏହାପରେ ସୁନକ୍ ଦଳୀୟ ନେତା ନିର୍ବାଚିତ ହେବାସହିତ ପ୍ରଥମ ଭାରତୀୟ ବଂଶୋଦ୍ଭବଭାବେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବାର ସୁଯୋଗଲାଭ କରିଥିଲେ । ସୂଚନାଯୋଗ୍ୟ ଶନିବାର ଲଣ୍ଡନରେ ଆୟୋଜିତ ପାଲେଷ୍ଟାଇନ ସପକ୍ଷବାଦୀ ଶୋଭାଯାତ୍ରାରେ ବ୍ରିଟେନ ପୁଲିସର ଭୂମିକାକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେବାପରେ ବିବାଦୀୟ ହୋଇପଡିଥିଲେ ।

ତାଙ୍କୁ ମନ୍ତ୍ରିପଦରୁ ହଟାଇବାକୁ କନ୍‌ଜର୍ଭେଟିଭ୍ ପାର୍ଟି ପକ୍ଷରୁ ସୁନକ୍‌ଙ୍କ ଉପରେ ଚାପ ପଡିଥିଲା । ବିଦେଶମନ୍ତ୍ରୀ ଜେମ୍‌ସ କ୍ଲେଭର୍ଲିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଉକ୍ତ ଶୋଭାଯାତ୍ରା ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୧୪୦ ଜଣ ଗିରଫ ହୋଇଥିଲେ । ତେବେ ବିକ୍ଷୋଭକାରୀଙ୍କୁ  ନିୟନ୍ତ୍ରଣ କରିବାପରେ ବ୍ରିଟିଶ ପୁଲିସ ଦୋମୁହାଁ ନୀତି ଅବଲମ୍ବନ କରିଥିଲା ବୋଲି ବ୍ରାଭେରମ୍ୟାନ୍ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking