32.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଜ୍ୟାକ୍‌ସନଙ୍କ ଜ୍ୟାକେଟ୍ ୩ ଲକ୍ଷ ଡଲାରରେ ନିଲାମ

ଜ୍ୟାକ୍‌ସନଙ୍କ ଜ୍ୟାକେଟ୍ ୩ ଲକ୍ଷ ଡଲାରରେ ନିଲାମ

ଲଣ୍ଡନ:  ପ୍ରଖ୍ୟାତ ହଲିଉଡ୍ ଗାୟକ ମାଇକେଲ ଜ୍ୟାକ୍‌ସନଙ୍କ ଏକ ଜ୍ୟାକେଟ୍ ୩ ଲକ୍ଷ ଡଲାରରେ ନିଲାମ ହୋଇଥିବା ଜଣାପଡିଛି । ୧୯୮୪ରେ ପେପ୍‌ସୀ ବିଜ୍ଞାପନରେ ଅଭିନୟ କରିବା ଅବସରରେ ଜ୍ୟାକ୍‌ସନ ଏହି କଳାରଙ୍ଗର ଜ୍ୟାକେଟ୍ ପରିଧାନ କରିଥିଲେ । ଲଣ୍ଡନରେ ଆୟୋଜିତ ଏହି ନିଲାମ ପ୍ରକ୍ରିୟାରେ ଜ୍ୟାକ୍‌ସନଙ୍କ ଜ୍ୟାକେଟ୍ ବ୍ୟତୀତ ମ୍ୟୁଜିକ୍ ସମ୍ପର୍କିତ ଆହୁରି ଅନେକ ସାମଗ୍ରୀ ମଧ୍ୟ ନିଲାମ କରାଯାଇଛି ।

ଏଥିମଧ୍ୟରେ ବ୍ରିଟିଶ ଗାୟିକା ଆମି ୱାଇନ୍‌ହାଉସ ବ୍ୟବହାର କରୁଥିବା ଏକ ହେୟାରପିନ୍ (କେଶରେ ଖଞ୍ଜାଯାଉଥିବା ପିନ୍‌), ଅଙ୍ଗସ୍ ୟଙ୍ଗ୍ ବ୍ୟବହାର କରୁଥିବା ଏକ ଇଲେକ୍‌ଟ୍ରିକ୍ ଗିଟାର, ଏଲଭିସ୍ ପ୍ରେସ୍‌ଲେଙ୍କ ଏକ ଜ୍ୟାକେଟ୍ ଅନ୍ତର୍ଭୁକ୍ତ । ତେବେ ଅନ୍ୟ କଳାକାରଙ୍କ ସାମଗ୍ରୀ ତୁଳନାରେ ଜ୍ୟାକ୍‌ସନଙ୍କ ଜ୍ୟାକେଟ୍ ସବୁଠାରୁ ଅଧିକ ମୂଲ୍ୟରେ ନିଲାମ ହୋଇଥିବା ଆୟୋଜନକାରୀଙ୍କଠାରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking