32.1 C
Bhubaneswar
Monday, October 21, 2024
Homeଓଡିଶାଡିସେମ୍ବର ୧୫ ରୁ ୧୭ ; ଝାରସୁଗୁଡ଼ାରେ ଜାତୀୟସ୍ତରୀୟ ଉଦ୍ୟୋଗ ସମ୍ମିଳନୀ

ଡିସେମ୍ବର ୧୫ ରୁ ୧୭ ; ଝାରସୁଗୁଡ଼ାରେ ଜାତୀୟସ୍ତରୀୟ ଉଦ୍ୟୋଗ ସମ୍ମିଳନୀ

ଭୁବନେଶ୍ୱର: କୃଷି, ଗୋପାଳନ, ପଶୁ ପାଳନ, ଫୁଲ ଚାଷ ଭଳି ବାଣିଜ୍ୟିକ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ତଥା ଦେଶ ବିଦେଶର ସଫଳ ଉଦ୍ୟୋଗୀଙ୍କୁ ପଶ୍ଚିମ ଓଡ଼ିଶା ସହ ଯୋଡ଼ିବା ନିମନ୍ତେ ଝାରସୁଗୁଡ଼ାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଉଦ୍ୟୋଗ ଓଡ଼ିଶା-୨୦୨୩ । ଡିସେମ୍ବର ୧୫ରୁ୧୭ ଯାଏ ଚାଲିବ ଏହି ଜାତୀୟସ୍ତରୀୟ ଉଦ୍ୟୋଗ ସମ୍ମିଳନୀ ।

ସୋମବାର ଖାରବେଳ ଭବନର ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରେ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି ଯେ ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀ ଆୟୋଜନ କରିବ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) । ଷ୍ଟାର୍ଟଅପ୍ ଓଡ଼ିଶା, ଓଡ଼ିଶା ଦକ୍ଷତା ବିକାଶ, ମିଶନ ଶକ୍ତି, କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସମ୍ମିଳନୀରେ ସାମିଲ କରାଯିବ । ଏଥିରେ ଅନେକ ଶିଳ୍ପାନୁଷ୍ଠାନ ଯୋଗ ଦେବା ସହ ବିଭିନ୍ନ ସଂଗଠନ ମଧ୍ୟ ଯୋଗ ଦେବେ ।

ପ୍ରଦର୍ଶନୀ ଆୟୋଜନ କରାଯିବା ସହ କର୍ମଶାଳା ଓ ବିଭିନ୍ନ ପ୍ରକାର ଆଲୋଚନା ପାଇଁ ସ୍ୱତନ୍ତ୍ର ହଲ୍‌ର ବ୍ୟବସ୍ଥା କରାଯିବ । ଜନସାଧାରଣ ଏହି ପ୍ରଦର୍ଶନୀ ଦେଖିବା ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ସମ୍ପର୍କରେ ଅବଗତ ହେବେ । ଶ୍ରୀ ତ୍ରିପାଠୀ କହିଛନ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ (ଏସଚ୍‌ଜିରୁଏସ୍‌ଏମ୍‌ଇ) ନାରାକୁ ପ୍ରତିଫଳିତ କରିବାରେ ଏବଂ ପଶ୍ଚିମ ଓଡ଼ିଶାର କ୍ଷୁଦ୍ର ଓ ମଧ୍ୟମ ଯୁବ ଉଦ୍ୟୋଗୀଙ୍କୁ ଏକ ମୁକ୍ତ ତଥା ବଡ ସୁଯୋଗ ପ୍ରଦାନ କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଗକୁ ଆସିଛି । ମିଶନ ଶକ୍ତିର ମା’ମାନେ ବର୍ତ୍ତମାନ ଆମ ରାଜ୍ୟର ସଫଳ ଉଦ୍ୟୋଗୀ ଭାବେ ଉଭା ହୋଇଛନ୍ତି ।

ସେମାନଙ୍କୁ ଏକ ବଡ଼ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ଉଦ୍ୟୋଗ ଓଡ଼ତତତତତତତତତତତତିଶା-୨୦୨୩ । ନୂତନ ଜ୍ଞାନକୌଶଳର ବ୍ୟବହାରକୁ ବୁଝିବା ସହ ବାହାର ରାଜ୍ୟରୁ ଆସିଥିବା ଉଦ୍ୟୋଗୀ ମାନଙ୍କ ସହ ପରିଚିତ ହେବେ ଯୁବ ଉଦ୍ୟୋଗୀ । ପ୍ରଥମ ଥର ପଶ୍ଚିମ ଓଡିଶାରେ ତିନି ଦିବସୀୟ ଉଦ୍ୟୋଗ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏଥିରେ ସାମିଲ ହୋଇ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବା ପାଇଁ ସେ ମତ ପ୍ରକାଶ କରିଛନ୍ତି ।

ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ଇପିକଲର ପ୍ରବନ୍ଧ ନିର୍ଦ୍ଦେଶକ ବି.ଏସ୍ ପୁନିଆ ଉପସ୍ଥିତ ଥିବା ବେଳେ ସିଆଇଆଇର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking