27.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶରଙ୍ଗୋଲିରେ ଚିତ୍ରିତ ହେଲା ୯ ଫୁଟ୍‌ର ପ୍ରଭୁ ରାମଙ୍କ ଛବି

ରଙ୍ଗୋଲିରେ ଚିତ୍ରିତ ହେଲା ୯ ଫୁଟ୍‌ର ପ୍ରଭୁ ରାମଙ୍କ ଛବି

ନୂଆଦିଲ୍ଲୀ: ଦୀପାବଳି ଅବସରରେ ବାରାଣସୀର ଅସୀ ଘାଟ ୧୦୦୮ ଦୀପରେ ଝଲସି ଉଠିଥିଲା। ଏଠାରେ ଏକ ଭବ୍ୟ ଦୀପୋତ୍ସବର ଆୟୋଜନ କରାଯାଇଥିଲା। ଏହି ସମୟରେ ସମଗ୍ର ଘାଟକୁ ୧୦୦୮ ଦୀପ ସହିତ ସଜାଯାଇଥିଲା। ଦୀପ ଉତ୍ସବ ବ୍ୟତୀତ ଅସୀ ଘାଟରେ ସ୍ୱତନ୍ତ୍ର ଗଙ୍ଗା ଆଳତି ମଧ୍ୟ କରାଯାଇଥିଲା।

ଗଙ୍ଗା ସେବା ସମିତି ଦ୍ୱାରା ଆୟୋଜିତ ନିୟମିତ ଗଙ୍ଗା ଆଳତିରେ କୃପା ଆର୍ଟ ଫାଉଣ୍ଡେସନର ଟିମ୍‌ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଛି କଳାକାର ୯ ଫୁଟର ଏକ ରଙ୍ଗୋଲି ତିଆରି କରିଥିଲେ। ଏହି ରଙ୍ଗୋଲି ଶଙ୍ଖ ଆକାରରେ ତିଆରି ହୋଇଥିଲା। କିନ୍ତୁ ଏଥିରେ ଖାସ୍‌ କଥା ଥିଲା, ଶଙ୍ଖର କେନ୍ଦ୍ର ଭାଗରେ ଭଗବାନ ଶ୍ରୀରାମଙ୍କ ଛବି ଦେଖାଯାଇଥିଲା, ଯେଉଁ କାରଣରୁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା।

ଏହି ସୁନ୍ଦର ରଙ୍ଗୋଲି ତିଆରି କରିଥିବା କଳାକାରମାନେ କହିଥିଲେ ଯେ ଏହି ଦିନ ଭଗବାନ ରାମଚନ୍ଦ୍ର ବନବାସରୁ ଅଯୋଧ୍ୟା ଫେରିଥିଲେ। ଏହି ଅବସରରେ ଆମେ କାଶୀ ଦୀପାବଳି ପର୍ବରେ ଗଙ୍ଗା ଆଳତି ସମୟରେ ଦୀପ ଦାନ କରିଛୁ। ଏହା ସହିତ ରଙ୍ଗୋଲି ମାଧ୍ୟମରେ ଆମେ ଭଗବାନ ରାମଙ୍କୁ ଚିତ୍ରିତ କରିଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking