27.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଧୋନି ଏବଂ ସାକ୍ଷୀଙ୍କ ସହିତ ଦୀପାବଳି ପାଳନ କଲେ ରିଷଭ ପନ୍ତ

ଧୋନି ଏବଂ ସାକ୍ଷୀଙ୍କ ସହିତ ଦୀପାବଳି ପାଳନ କଲେ ରିଷଭ ପନ୍ତ

ନୂଆଦିଲ୍ଲୀ: ଗତବର୍ଷ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ଟିମରୁ ବାଦ୍‌ ପଡିଛନ୍ତି ଷ୍ଟାର ଖେଳାଳି ରିଷଭ ପନ୍ତ । ହେଲେ ସୁସ୍ଥ ହୋଇ ତୁରନ୍ତ ଟିମକୁ ଫେରିବାକୁ ଚାହୁଁଛନ୍ତି ପନ୍ତ । ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ସହିତ ପଡିଆରେ ଅଭ୍ୟାସ କରୁଛନ୍ତି । ଯାହାର ଫଟୋ ଭାଇରଲ ଦେଖିବାକୁ ମିଳିଛି । ଏବେ ରିଷଭ ଧୋନିଙ୍କ ସହିତ ଦୀପାବଳି ପାଳୁଥିବାର ଫଟୋ ଭାଇରଲ ହେବାରେ ଲାଗିଛି ।

ରିଷଭ ପନ୍ତ ଧୋନିଙ୍କ ଘରେ ଦୀପାବଳି ପାଳନ କରିଛନ୍ତି । ଧୋନି ଏବଂ ସାକ୍ଷୀଙ୍କ ସହିତ ଟ୍ରାଡିସନାଲ ଡ୍ରେସରେ ଦୀପାବଳି ସେଲିବ୍ରେସନ କରିଛନ୍ତି । ଏହାପୂର୍ବରୁ ରିଷଭ ପନ୍ତଙ୍କ ନଭେମ୍ବର ୯ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରେନିଂ କ୍ୟାମ୍ପକୁ ଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଆଗାମୀ ଆଇପିଏଲ ପାଇଁ ରିଷଭ ପନ୍ତ ଫିଟ୍‌ ଅଛନ୍ତି ବୋଲି ଦିଲ୍ଲୀ କ୍ୟାପିଟାଲ୍ସର ଅପରେସନ ଡାଇରେକ୍ଟର ସୌରଭ ଗାଙ୍ଗୁଲି ବୟାନ ଦେଇଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ ଗତବର୍ଷ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା।

ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।। ହରିୟାଣା ରୋଡେଓ୍ଵଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking