32.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଆପଣଙ୍କ ଫୋନ୍‌ କହିବ ମଦ୍ୟପାନ କରିଛନ୍ତି କି ନାହିଁ; ଖୁବ୍‌ଶୀଘ୍ର ଆସୁଛି ଏହି ଡିଭାଇସ୍‌

ଆପଣଙ୍କ ଫୋନ୍‌ କହିବ ମଦ୍ୟପାନ କରିଛନ୍ତି କି ନାହିଁ; ଖୁବ୍‌ଶୀଘ୍ର ଆସୁଛି ଏହି ଡିଭାଇସ୍‌

ନୂଆଦିଲ୍ଲୀ : ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯାଇଛି  । ଏହା ସତ୍ତ୍ୱେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ପ୍ରତ୍ୟକ ବ୍ୟକ୍ତି ମଦ୍ୟପାନ କରିନଥିବା ଦର୍ଶାଇଥାନ୍ତି । ମଦ୍ୟପାନ କରିଛନ୍ତି କି ନାହିଁ ଜାଣିବା ପାଇଁ ମେସିନ୍‌ ରହିଛି । କିନ୍ତୁ ଏବେ ଫୋନ୍‌ରୁ ଜଣାପଡିବ ଯେ କିଏ ମଦ୍ୟପାନ କରିଛନ୍ତି କି ନାହିଁ । ଅର୍ଥାତ୍‌ ମଦ୍ୟପାନ କରି ଯଦି ଫୋନ୍‌ରେ କେହି କଥା ହେଉଛନ୍ତି ତେବେ ତାଙ୍କ ଫୋନ୍ ହିଁ କହିବ ସେ ମଦ୍ୟପାନ କରିଛନ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା। କିନ୍ତୁ ଏହା ସତ ।

ଷ୍ଟାନଫୋର୍ଡ ୟୁନିଭରସିଟିର ଜରୁରୀକାଳୀନ ଚିକିତ୍ସା ବିଭାଗର ପ୍ରଫେସର ବ୍ରାଏନ୍ ସୁଫୋଲେଟୋ ଏବଂ ତାଙ୍କ ଟିମ୍ ଏକ ସେନ୍ସର ଉଦ୍ଭାବନ କରିଛନ୍ତି । ଯାହା ସ୍ମାର୍ଟଫୋନରେ ଲଗାଯିବା ପରେ ଫୋନରେ କଥା ହେଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି କି ନାହିଁ ତାହା ଜାଣିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସୃଷ୍ଟି କରିଥିବା ସିଷ୍ଟମ ୯୮ ​​ପ୍ରତିଶତ ସଫଳ ହୋଇଛି ।  ଅର୍ଥାତ୍  ଯଦି କେହି ମଦ୍ୟପାନ କରି ସେନ୍ସର ଲାଗିଥିବା ଫୋନରେ କଥା ହେଉଛନ୍ତି, ତେବେ ୯୮ ପ୍ରତିଶତ ସମ୍ଭାବନା ଅଛି ଯେ ଅନ୍ୟ ଜଣେ ଜାଣିପାରିବେ ଫୋନରେ କଥା ହେଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ରିସର୍ଚ୍ଚସ୍‌ମାନେ ୧୮ ଜଣଙ୍କୁ ନେଇ ଏକ ରିସର୍ଚ୍ଚ କରିଥିଲେ । ଆଉ ଏମାନଙ୍କ ବୟସ ଥିଲା ୨୧ ବର୍ଷ କିମ୍ବା ତାଠାରୁ ଅଧିକ । ରିସର୍ଚ୍ଚ ସମୟରେ ବୈଜ୍ଞାନିକ ମଦ୍ୟପାନ କରିବା ପୂର୍ବରୁ ଏବଂ ପରେ ଲୋକଙ୍କ ସ୍ୱର ରେକର୍ଡ କରିଥିଲେ । ଏହାପରେ ସ୍ୱରକୁ ଯାଞ୍ଚ ପାଇଁ ସଫ୍ଟୱେରରେ ଲଗାଇ ଦିଆଯାଇଥିଲା । କିନ୍ତୁ ଏଥିରେ ମଦ୍ୟପାନ କରିବା ପୂର୍ବରୁ ଏବଂ ପରର ପାର୍ଥକ୍ୟ ଦେଖାଯାଇଥିଲା ।  ଆଉ ସେହି ଆଧାରରେ ହିଁ ସେନ୍ସର ତିଆରି କରାଗଲା ଏବଂ ସ୍ମାର୍ଟଫୋନରେ ଏହାକୁ ଫିଟ୍ କରାଯାଇଛି ।

ଯଦି ଏହି ଡିଭାଇସ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ଫୋନରେ ଲଗାଯାଏ ତେବେ ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌ ଯୋଗୁଁ ହେଉଥିବା ଅନେକ ଦୁର୍ଘଟଣାକୁ ରୋକା ଯାଇପାରିବ । ଅନେକ ବ୍ୟକ୍ତି ମଦ୍ୟପାନ କରିନଥିବା ଫୋନରେ କହି ଗାଡି ଚଳାଇଥାନ୍ତି । କିନ୍ତୁ ଯଦି ଫୋନରେ ଏହି ଡିଭାଇସ୍ ଇନଷ୍ଟଲ୍ ହୋଇଥିବ, ତେବେ ଜାଣି ହେବ ଯେ ସାମ୍ନାରେ ଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି କି ନାହିଁ । ଆଉ ସେହି ବ୍ୟକ୍ତିଙ୍କୁ ଠିକ୍ ସମୟରେ ଗାଡି ଚଳାଇବାରେ ଅଟକାଇ ଦିଆ ଯାଇପାରିବ । ଏହାବ୍ୟତୀତ ପୋଲିସ ଏପରି ଲୋକଙ୍କୁ ଚିହ୍ନିବାରେ ସହଜ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking