31.1 C
Bhubaneswar
Monday, October 21, 2024
Homeଦେଶ ବିଦେଶବର୍ଷା ପରେ ବି ଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣ

ବର୍ଷା ପରେ ବି ଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ବର୍ଷା ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି । ତଥାପି ବାୟୁ ଗୁଣବତ୍ତା ଖରାପ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଶନିବାର ସର୍ବାଧିକ ଏୟାର କ୍ବାଲିଟି ଇଣ୍ଡେକ୍ସ ଆନନ୍ଦ ବିହାରରେ ରେକର୍ଡ କରାଯାଇଛି । ଆନନ୍ଦ ବିହାରରେ ଏକ୍ୟୁଆଇ ୨୮୨ ରହିଥିବା ବେଳେ ଆଈଟିଓରେ ଏକ୍ୟୁଆଇ ୨୬୩, ପଞ୍ଜାବବାଗରେ ୨୬୩ ଏବଂ ଆରକେ ପୁରମରେ ୨୨୦ ରେକର୍ଡ କରାଯାଇଛି ।

ଶୁକ୍ରବାର ରାତିରେ ଦିଲ୍ଲୀ- ଏନସିଆର ଅଞ୍ଚଳରେ ବର୍ଷା ହୋଇଥିବାରୁ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଛି । ଫଳରେ ବାୟୁର ଗୁଣବତ୍ତା ବୃଦ୍ଧି ପାଇଛି । ଗତ କିଛି ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୦ରୁ ୫୦୦ ମଧ୍ୟରେ ରହିଥିଲା । ଫଳରେ ଦିଲ୍ଲୀରେ ନିଶ୍ବାସ ନେବା ମୁସ୍କିଲ୍ ହେଉଥିଲା । ଧୂଆଁର ଚଦର ଦିଲ୍ଲୀ ବୟୁମଣ୍ଡଳରେ ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ଗୋଟିଏ ଦିନ ନିଶ୍ବାସ ନେବା ଯାହା ଦିନକୁ ୧୦ଟି ସିଗାରେଟ୍ ଟାଣିବା ସହିତ ସାମାନ । ପଞ୍ଜାବ ଓ ହରିୟାଣାରେ ନଡ଼ା ଜିଳିବା ଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା କୁହାଯାଉଛି । ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ସରକାରଙ୍କ ଉପରେ ବର୍ଷିଛନ୍ତି । ଅନ୍ୟପଟେ ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବା ପାଇଁ ଚିନ୍ତା କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking