26.1 C
Bhubaneswar
Tuesday, October 22, 2024
Homeଖେଳଅଷ୍ଟମ ଥର ସେମିଫାଇନାଲ ଖେଳିବ ଭାରତ

ଅଷ୍ଟମ ଥର ସେମିଫାଇନାଲ ଖେଳିବ ଭାରତ

ନୂଆଦିଲ୍ଲୀ  : ଚଳିତ ଆଇସିସି ବିଶ୍ବକପର ତ୍ରୟୋଦଶତମ ସଂସ୍କରଣରେ ଆୟୋଜକ ଭାରତ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି। ଭାରତ ୧୫ରେ ପ୍ରଥମ ସେମିଫାଇନାଲ ପ୍ରାୟତଃ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଭାରତ ୮ମ ଥର ପାଇଁ ସେମିଫାଇନାଲ ଖେଳିବ। ଭାରତ ପୂର୍ବରୁ ୭ଥର ସେମିଫାଇନାଲ ଖେଳିଛି। ସେଥିମଧ୍ୟରୁ ଦଳ ୩ଥର ବିଜୟୀ ହୋଇଥିବା ବେଳେ ୪ଥର ପରାଜିତ ହୋଇଛି। ପୂର୍ବରୁ ଭାରତରେ ଆୟୋଜିତ ହୋଇଥିବା ୩ଟି ଯାକ ବିଶ୍ବକପର ସେମିଫାଇନାଲରେ ଭାରତ ପ୍ରବେଶ କରିଥିଲା। ସେଥିମଧ୍ୟରୁ ୧୯୮୭ ଓ ୧୯୯୬ରେ ପରାଜିତ ହୋଇଥିବାବେଳେ ୨୦୧୧ରେ ବିଜୟୀ ହୋଇଥିଲା।

୧୯୮୩ : ପ୍ରଥମ ଥର ପାଇଁ ଭାରତୀୟ ଦଳ ୧୯୮୩ ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଥିଲା। କପିଳ ଦେବ୍‌ଙ୍କ ନେତୃତ୍ବାଧିନ ଭାରତ ସେମିଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ୬ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୬୦ ଓଭରରେ ୨୧୩ରନ କରିଥିଲା। ଜବାବରେ ଭାରତ ୫୪.୪ ଓଭରରେ ୪ ୱିକେଟ ହରାଇ ୨୧୭ରନ କରି ବିଜୟୀ ହୋଇଥିଲା। ଫାଇନାଲରେ ୱେଷ୍ଟଇଣ୍ଡିଜ୍‌କୁ ୪୩ରନରେ ପରାସ୍ତ କରି ଚମ୍ପିଆନ ହୋଇଥିଲା।

୧୯୮୭ : ଭାରତ ଓ ପାକିସ୍ତାନ ମିଳିତ ଭାବେ ୧୯୮୭ ଆଇସିସି ଦିନିକିଆ ବିଶ୍ବକପର ୪ର୍ଥ ସଂସ୍କରଣ ଆୟୋଜନ କରିଥିଲେ। ସେମିଫାଇନାଲରେ ଭାରତ ୩୫ରନରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲା। ୱାଙ୍ଖଡେରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ଭାରତ ପରାଜିତ ହୋଇଥିଲା।

୧୯୯୬ : ଭାରତ ତୃତୀୟ ଥର ପାଇଁ ୧୯୯୬ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଥିଲା। କଲକାତାର ଇଡେନ ଗାର୍ଡେନରେ ସେମିଫାଇନାଲରେ ଭାରତ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୫୧ରନ କରିଥିଲା। ଜବାବରେ ଭାରତ ୮ ୱିକେଟରେ ୧୨୦ରନ କରିଥିଲା। ଉକ୍ତ ମ୍ୟାଚରେ ଭାରତର ପରାଜୟ ଜଣାପଡିବା ପରେ ଦର୍ଶକ ବିଶୃଙ୍ଖଳା ଆଚରଣ କରିଥିଲେ। ଦର୍ଶକଙ୍କ ବିଶୃଙ୍ଖଳା ପାଇଁ ମ୍ୟାଚ ସମ୍ଭବପର ନହେବାରୁ ଶ୍ରୀଲଙ୍କାକୁ ବିଜେତା ଘୋଷଣା କରାଯାଇଥିଲା।

୨୦୦୩ : ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିଆରେ ଆୟୋଜିତ ୨୦୧୧ ବିଶ୍ବକପର ସେମିଫାଇନାଲରେ ଭାରତ ପ୍ରବେଶ କରିଥିଲା। ଡର୍ବାନରେ ଖେଳାଯାଇଥିବା ମ୍ୟାଚରେ ଭାରତ ୯୧ରନରେ କେନିଆକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଭାରତ ୪ ୱିକେଟରେ ୨୭୦ରନ କରିଥିଲା। ସୌରଭ ଗାଙ୍ଗୁଲି ୧୧୧ରନ କରିଥିଲେ। ଜବାବରେ କେନିଆ ୧୭୯ରନ କରିବାକୁ ସକ୍ଷମ ହୋଇଥିଲା। ଜାହିର ଖାନ ୩ଟି ୱିକେଟ ନେଇଥିଲେ। ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ୧୨୫ରନରେ ପରାଜିତ ହୋଇଥିଲା।

୨୦୧୧ : ଭାରତକୁ ୨୦୧୧ରେ ପୁଣି କ୍ରିକେଟ ବିଶ୍ବକପ ଫେରିଥିଲା। ଭାରତ ଉକ୍ତ ବିଶ୍ବକପର ସେମିଫାଇନାଲରେ ପହଞ୍ଚିଥିଲା। ମୋହାଲିରେ ଖେଳାଯାଇଥିବା ସେମିଫାଇନାଲରେ ଭାରତ ୨୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ମୋହାଲିରେ ଖେଳାଯାଇଥିବା ମ୍ୟାଚ​‌େ​‌ର ଭାରତ ସଚିନ ତେନ୍ଦୁଲକରଙ୍କ ୮୫ରନ ବଳରେ ୨୬୦ ରନ କରିଥିଲା। ଜବାବରେ ପାକିସ୍ତାନ ୨୩୧ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ମିସ୍‌ବା ଉଲ୍‌ ହକ୍‌ ସର୍ବାଧିକ ୫୬ରନ କରିଥିଲେ। ଫାଇନାଲରେ ଭାରତ ୬ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା।

୨୦୧୫ : ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଆୟୋଜିତ ୨୦୧୫ ବିଶ୍ବକପର ସେମିଫାଇନାଲ​‌େ​‌ର ବିରାଟ କୋହଲିଙ୍କ ନେତୃତ୍ବାଧିନ ଭାରତ ପ୍ରବେଶ କରିଥିଲା। ସେମିଫାଇନାଲରେ ଭାରତ ୯୫ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ଷ୍ଟିଭ୍‌ ସ୍ମିଥଙ୍କ ୧୦୫ରନ ବଳରେ ୩୨୮ରନ କରିଥିଲା ା ଜବାବରେ ଭାରତ ମହେନ୍ଦ୍ର ସିଂହ ଧୋନୀଙ୍କ ୬୫ରନ ବଳରେ ୨୩୩ରନ କରିଥିଲା।

୨୦୧୯ : ବିଶ୍ବକପର ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ୧୮ରନରେ ପରାଜିତ ହୋଇଥିଲା। ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ୨୩୯ରନ କରିଥିଲା। ରସ ଟେଲର ୭୪ ରନ କରିଥିବାବେଳେ ଭୁବନେଶ୍ବର କୁମାର ୩ଟି ୱିକେଟ ନେଇଥିଲେ। ଜବାବରେ ଭାରତ ୪୯.୩ ଓଭରରେ ୨୨୧ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ରବୀନ୍ଦ୍ର ଜାଡେଜା ୭୭ରନ କରିଥିବାବେଳେ ମ୍ୟାଟ୍‌ ହେନରୀ ୩ଟି ୱିକେଟ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking