ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୭ ସହରର ରାତିର ତାପମାତ୍ରା । ୧୦.୫ ଡିଗ୍ରୀ ସହ ଜି.ଉଦୟଗିରି ପାଲଟିଛି ରାଜ୍ୟର ସବୁଠୁ ଥଣ୍ଡା ସହର ।