19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶକେରଳ ସୁନା ଚୋରାଚାଲାଣ ମାମଲା; ସ୍ୱପ୍ନାଙ୍କୁ ୬ କୋଟି, ଶିବଶଙ୍କରଙ୍କୁ ୫୦ ଲକ୍ଷ ଜୋରିମାନା

କେରଳ ସୁନା ଚୋରାଚାଲାଣ ମାମଲା; ସ୍ୱପ୍ନାଙ୍କୁ ୬ କୋଟି, ଶିବଶଙ୍କରଙ୍କୁ ୫୦ ଲକ୍ଷ ଜୋରିମାନା

କୋଚି : ୨୦୨୦ ଜୁଲାଇରେ କେରଳର ତିରୁଅନନ୍ତପୁରମ ଏୟାରପୋର୍ଟରେ ଘଟିଥିବା ବହୁଚର୍ଚ୍ଚିତ ସୁନା ଚୋରା ଚାଲାଣ ମାମଲାରେ ବହିଃ ଶୁଳ୍‌କ ବିଭାଗ ପକ୍ଷରୁ ୪୪ ଜଣ ଅଭିଯୁକ୍ତଙ୍କ ଉପରେ ମୋଟ ୬୬.୬ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ୱପ୍ନା ସୁରେଶଙ୍କ ଉପରେ ସର୍ବାଧିକ ୬ କୋଟି ଏବଂ ଅନ୍ୟତମ ଅଭିଯୁକ୍ତ ତଥା ମୁଖ୍ୟମନ୍ତ୍ରୀଙ୍କ ତତ୍କାଳୀନ ପ୍ରମୁଖ ସଚିବ ଏମ.ଶିବଶଙ୍କରଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି ବୋଲି କୋଚି କଷ୍ଟମ୍‌ସ କମିଶନର ରାଜେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଅଭିଯୁକ୍ତମାନେ ଦୁବାଇରୁ ଆଣିଥିବା ୧୪.୮ କୋଟି ଟଙ୍କା ମୂଲ୍ୟର ୩୦ କିଲୋ ସୁନାକୁ ଡିପ୍ଲୋମାଟିକ୍ ବ୍ୟାଗ ଜରିଆରେ ଚାଲାଣ କରିବାକୁ ଉଦ୍ୟମ କରୁଥିବାବେଳେ ଧରାପଡିଥିଲେ । ଏହି ମାମଲାରେ ତିରୁଅନନ୍ତପୁରମସ୍ଥିତ ୟୁଏଇ ବାଣିଜ୍ୟିକ ଦୂତାବାସର ରାଷ୍ଟ୍ରଦୂତ ଜମାଲ ହୁସେନ ଅଲ୍‌ଜାବିଙ୍କ ଉପରେ ମଧ୍ୟ ୬ କୋଟିର ଜୋରିମାନା ଲାଗୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking