25.1 C
Bhubaneswar
Thursday, October 24, 2024
Homeଓଡିଶାଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଗତ ୧ଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ୱେବସାଇଟ୍‌ରେ ନାମ ପଞ୍ଜୀକରଣ କରିପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନାମ ପଂଜୀକରଣ ଶେଷ ତାରିଖ ୨୦ ନଭେମ୍ବରକୁ ଧାର୍ଯ୍ୟ କରାଯାଇଅଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା ଜାନୁଆରୀ ୧୫ ସୁଦ୍ଧା କରାଯିବା ପାଇଁ ଧାର୍ଯ୍ୟ କରାଯାଇଅଛି ।

ପଂଜୀକରଣ ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ବ୍ଲକ୍‌ର ପଦାଧିକାରୀଙ୍କୁ ପ୍ରେରଣ କରାଯାଇଛି । ଉପରୋକ୍ତ ସମସ୍ତ ବିଦ୍ୟାଳୟରେ ୫୦% ସ୍ଥାନ ଛାତ୍ରୀମାନଙ୍କ ନିମନ୍ତେ ଏବଂ ବ୍ଲକ୍‌ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଜନସଂଖ୍ୟାର ପ୍ରତିଶତ ଅନୁସାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରାଯାଇଅଛି । ପଞ୍ଜୀକରଣ ନିମନ୍ତେ କୌଣସି ସହଯୋଗ ପାଇଁ ପିତାମାତା/ ଅଭିଭାବକ/ ଛାତ୍ରଛାତ୍ରୀ ନିକଟସ୍ଥ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ । ତେବେ ରେଜଲ୍ଟ ଫେବୃଆରୀ ୧୫ରେ ପ୍ରକାଶ ପାଇବ ।ନାମଲେଖା ପ୍ରକ୍ରିୟା ଏପ୍ରିଲ ୨ରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking