32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଦିଲ୍ଲୀ ପରେ ହରିୟାଣାର ସମସ୍ତ ସରକାରୀ ଏବଂ ବେସକାରୀ ସ୍କୁଲ ବନ୍ଦ, ହେବ ଅନଲାଇନ କ୍ଲାସ

ଦିଲ୍ଲୀ ପରେ ହରିୟାଣାର ସମସ୍ତ ସରକାରୀ ଏବଂ ବେସକାରୀ ସ୍କୁଲ ବନ୍ଦ, ହେବ ଅନଲାଇନ କ୍ଲାସ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବଢୁଥିବା ଯୋଗୁଁ ସରକାରୀ ସ୍କୁଲ ବନ୍ଦ ହେବା ପରେ ହରିୟାଣାରେ ମଧ୍ୟ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବଢୁଥିବା ପ୍ରଦୂଷଣ ଯୋଗୁଁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । ହରିୟାଣା ଶିକ୍ଷା ବିଭାଗ ଏହାକୁ ନେଇ ଏକ ନୋଟିସ ଜାରି କରିଛି । ନୋଟିସରେ କୁହାଯାଇଛି, ପ୍ରଦୂଷଣ ବୃଦ୍ଧି ପାଇବା ଯୋଗୁଁ ସ୍କୁଲ ବନ୍ଦ କରାଯାଉଛି । ଏହାସହିତ ସମସ୍ତ ଶ୍ରେଣୀ ପାଇଁ ଅନଲାଇନ କ୍ଲାସର ବ୍ୟବସ୍ଥା କରାଯିବ । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀରେ ୧୦ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ଏବେ ହରିୟାଣାରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଦିଲ୍ଲୀରେ ୩୭ଟି ସ୍ଥାନ ମଧ୍ୟରୁ ୧୮ଟି ସ୍ଥାନରେ ବାୟୁର ଗୁଣବତ୍ତା ଖରାପ ରହିଛି । ଏହି ସ୍ଥାନରେ AQI ଗମ୍ଭୀର ବୋଲି ଜଣାପଡିଛି । ପଞ୍ଜାବୀ ବାଗ, ଦ୍ୱାରକା ସେକ୍ଟର, ଜାହାଁଙ୍ଗୀରପୁରୀ, ରୋହିଣୀ, ନରେଲା, ବଜିରପୁର, ବବାନା, ମୁଣ୍ଡକା, ଆନନ୍ଦ ବିହାର ଏବଂ ନ୍ୟୁ ମୋତି ବାଗ ସହରରେ ବାୟୁର ଗୁଣବତ୍ତା ଖରାପ ରହିଛି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣର ଉଚ୍ଚ ସ୍ତର ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବିଶେଷକରି ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଏହି କାରଣରୁ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୧୦ ନଭେମ୍ବର ୨୦୨୩ ସୁଦ୍ଧା ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିସଂଖ୍ୟାନ ଅନୁସାରେ, ୨୭ ଅକ୍ଟୋବରରୁ ୩ ନଭେମ୍ବର ମଧ୍ୟରେ ଦିଲ୍ଲୀରେ ଏକ୍ୟୁଆଇ ୨୦୦ରୁ ଅଧିକ ବୃଦ୍ଧି ପାଇଁ ୫୦୦ରେ ପହଞ୍ଚିଛି । ପଞ୍ଜାବ ଏବଂ ହରିୟାଣାରେ ପରାଲୀ ଜଳାଇବା ଘଟଣା ଯୋଗୁଁ ଏହା ବଢିବାରେ ଲାଗିଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା ସବୁଠାରୁ ଖରାପ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking