18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଔଷଧ କାରଖାନାରେ ଅଗ୍ନିକାଣ୍ଡ, ୮ ମୃତ

ଔଷଧ କାରଖାନାରେ ଅଗ୍ନିକାଣ୍ଡ, ୮ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ଔଷଧ କାରଖାନାରେ ଅଗ୍ନିକାଣ୍ଡ ଘଟି ୮ ଜଣ ପ୍ରାଣ ହରାଇଥିବାବେଳେ ୩ ଜଣ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ ଶନିବାର ଦିନ ୧୧ଟା ସମୟରେ ବ୍ଲୁ ଜେଟ୍ ହେଲଥ୍‌କେୟାର ଔଷଧ କାରଖାନାରେ ସଟ୍‌ସର୍କିଟ ଯୋଗୁଁ ନିଆଁ ଲାଗିଥିଲା ।

ତେବେ ଏହି ନିଆଁ ସେଠାରେ ରଖାଯାଇଥିବା ରାସାୟନିକ ବ୍ୟାରେଲକୁ ବ୍ୟାପିଯିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଥିଲା । ଦମକଳ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିବାବେଳେ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି । ଶନିବାର ରାତି ସୁଦ୍ଧା ୮ଟି ମୃତଦେହ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking