ରାୟପୁର: ଆଉ ଦୁଇଦିନ ପରେ ଅର୍ଥାତ ଆସନ୍ତା ମଙ୍ଗଳବାର ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଶନିବାର ମାଓବାଦୀଙ୍କ ଆକ୍ରମଣରେ ଜଣେ ବିଜେପି ନେତା ପ୍ରାଣ ହରାଇଛନ୍ତି । ନାରାୟଣପୁର ଜିଲ୍ଲା ବିଜେପି ସଭାପତି ରତନ ଦୁବେ ପ୍ରଚାର କାର୍ଯ୍ୟରେ କୌଶଳନଗର ଯାଇଥିବାବେଳେ ମାଓ ଆକ୍ରମଣର ଶିକାର ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ମାଓବାଦୀମାନେ ଏକ ଟାଙ୍ଗିଆରେ ତାଙ୍କୁ ହତ୍ୟା କରିଥିବା ପ୍ରକାଶ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।