ମଥୁରା: ଉତ୍ତର ପ୍ରଦେଶର ମଥୁରା ସହରରେ ଶୁକ୍ରବାର ବିଷାକ୍ତ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବାଫଳରେ ଏହାର ପ୍ରଭାବରେ ନିକଟସ୍ଥ ଏକ ନର୍ସିଂ ହଷ୍ଟେଲରେ ରହୁଥିବା ୬ ଜଣ ଛାତ୍ର ଅଚେତ ହୋଇପଡିଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବାବେଳେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ଠାକ୍ ଥିବା କୁହାଯାଇଛି ।
ହଷ୍ଟେଲ ନିକଟରେ ଥିବା ଏକ ପମ୍ପ ହାଉସ୍ରେ କ୍ଲୋରିନ୍ ଗ୍ୟାସ୍ ଭର୍ତ୍ତି କରାଯାଉଥିବାବେଳେ ଏହା ଲିକ୍ ହୋଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ନିର୍ଗମନକୁ ନିୟନ୍ତ୍ରଣ କରିଥିବା ପ୍ରକାଶ ।