ପେଶାୱର: ପାକିସ୍ତାନର ବାଲୋଚିସ୍ତାନ ଓ ଖାଇବର ପାଖ୍ତୁନ୍ଖ୍ୱା ପ୍ରଦେଶରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣରେ ୧୪ ଜଣ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ସୈନ୍ୟମାନେ ଗ୍ୱଦର ଜିଲ୍ଲାର ପସ୍ନିଠାରୁ ଓର୍ମାରା ଯାଉଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କର ୨ଟି ଗାଡିକୁ ବିସ୍ଫୋରଣ ଜରିଆରେ ଉଡାଇ ଦେଇଛନ୍ତି । ବୁଧବାର ପାକ୍ ସୈନ୍ୟମାନେ ଝୋବ୍ ଜିଲ୍ଲାରେ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ଆତଙ୍କବାଦୀମାନେ ଏଭଳି ହମ୍ଲା କରିଥିବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ୨୦୨୨ ନଭେମ୍ବରରେ ପାକ୍ ସରକାର ଓ ତେହେରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କବାଦୀ ସଂଗଠନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତେବେ ଆତଙ୍କବାଦୀମାନେ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରାଇବାକୁ ପ୍ରସ୍ତୁତ ନଥିବା ଜଣାପଡିଛି ।