ବେଙ୍ଗାଲୁରୁ : ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିଅମସନ୍ ଶୁକ୍ରବାର ପୂର୍ବତନ କିୱି ଅଧିନାୟକ ଷ୍ଟିଫେନ୍ ଫ୍ଲେମିଂଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । କେନ୍ ଏବେ ଆଇସିସି କ୍ରିକେଟ୍ ବିଶ୍ୱକପରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି । ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ୱିଲିଅମସନ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ଏହି ମ୍ୟାଚରେ ସେ ୭୯ ବଲରୁ ୯୫ ରନ୍ କରିଥିଲେ । ତାଙ୍କ ଇନିଂସରେ ୧୦ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା ।
ବର୍ତ୍ତମାନ ସୁଦ୍ଧା କେନ୍ ବିଶ୍ୱକପ୍ରେ ୨୫ ମ୍ୟାଚର ୨୪ ଇନିଂସ୍ ଖେଳି ୬୩.୭୬ ହାରରେ ୧,୦୮୪ ରନ୍ କରିଛନ୍ତି । ଯେଉଁଥିରେ ଦୁଇଟି ଶତକ ଓ ପାଞ୍ଚଟି ଅର୍ଦ୍ଧଶତକ ରହିଛି । ତାଙ୍କର ଶ୍ରେଷ୍ଠ ସ୍କୋର ୧୪୮ ରନ୍ । ପୂର୍ବରୁ ଫ୍ଲେମିଂ ୩୩ ଇନିଂସରୁ ୩୫.୩୩ ହାରରେ ୧,୦୭୫ ରନ୍ କରିଥିଲେ । ଯେଉଁଥିରେ ମଧ୍ୟ ଦୁଇଟି ଶତକ ଓ ପାଞ୍ଚଟି ଅର୍ଦ୍ଧଶତକ ସାମିଲ ରହିଛି ।