କୋଲକାତା : ଆୟୋଜକ ଇଣ୍ଡିଆର ବୋଲିଂ ଏବଂ ସାଉଥ୍ ଆଫ୍ରିକାର ବ୍ୟାଟିଂ ଚଳିତ ୨୦୨୩ କ୍ରିକେଟ୍ ବିଶ୍ୱକପ୍ରେ ଏବେ ଚର୍ଚ୍ଚାରେ ରହଛି । ପ୍ରଥମ ଦଳଭାବେ ସେମିଫାଇନାଲରେ ପ୍ରବେଶ କରିଥିବା ଆୟାଜକ ଭାରତ ଅଷ୍ଟମ ମ୍ୟାଚ୍ରେ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ସାଉଥ୍ ଆଫ୍ରିକାକୁ ଭେଟିବ । ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ରେ ରବିବାର ଖେଳାଯିବ । କ୍ରମାଗତ ସପ୍ତମ ବିଜୟ ସହ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।
ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଏବେ ଚର୍ଚ୍ଚାରେ ଥିବା ଏହି ଦୁଇ ଦଳର ବ୍ୟାଟର ଓ ବୋଲରଙ୍କ ମଧ୍ୟରେ କଡ୍ଡା ମୁକାବିଲା ଇଡେନ୍ ଗାର୍ଡେନ୍ରେ ଦେଖିବାକୁ ମିଳିବ । ଭାରତୀୟ ବୋଲର ସମସ୍ତ ମ୍ୟାଚ୍ରେ ଆଧିପତ୍ୟ ଦେଖାଇଥିବା ବେଳେ ସାଉଥ୍ ଆଫ୍ରିକା ବ୍ୟାଟର କେବଳ ନେଦରଲାଣ୍ଡସ ବିପକ୍ଷରେ ବିଫଳ ହୋଇଥିଲେ । ଏହାବ୍ୟତୀତ ପ୍ରଥମେ ବ୍ୟାଟିଂ କରି ଏହି ଦଳ ଲଗାତାର ୮ଟି ମ୍ୟାଚ୍ରେ ୩୦୦ରୁ ଉର୍ଦ୍ଧ୍ୱ ରନ୍ କରିଛି । ଏପରିକି ବିଶ୍ୱକପ୍ରେ ଦୁଇଥର ୪୦୦ରନ୍ ମଧ୍ୟ ପାରହୋଇଛି ।
ଗତ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ୩୦୨ରନ୍ରେ ବିଜୟୀ ହୋଇ ଭାରତ ବିଶ୍ୱକପ୍ ଇତିହାସରେ ଦ୍ୱିତୀୟ ବଡ଼ ବିଜୟ ହାସଲ କରିଥିଲା । ଶ୍ରୀଲଙ୍କା ମହମ୍ମଦ ସାମିଙ୍କ ୫ ୱିକେଟ୍ ବଳରେ ୫୫ ରନରେ ଅଲ୍ଆଉଟ୍ ହୋଇଥିଲା । ଅନ୍ୟପକ୍ଷରେ ଧର୍ମଶାଳାରେ ନେଦରଲାଣ୍ଡସଠାରୁ ପରାଜୟ ହିଁ ଦକ୍ଷିଣ ଆଫ୍ରିକାର ଚଳିତ ବିଶ୍ୱକପ୍ରେ ଏକମାତ୍ର ପରାଜୟ । ଅନ୍ୟ ଛଅଟି ମ୍ୟାଚରେ ବିଜୟ ହାସଲ କରି ପୋଟ୍ରିଆସ୍ ଦଳ ଏବେ ଚମତ୍କାର ଫର୍ମରେ ରହିଛି ।