28.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ, ତେଲେଙ୍ଗାନାରୁ ଧରିଲା ପୋଲିସ

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ, ତେଲେଙ୍ଗାନାରୁ ଧରିଲା ପୋଲିସ

ଦିଲ୍ଲୀ : ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ । ଇ-ମେଲରେ ଧମକ ଦେଉଥିବା ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି । ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକଙ୍କ ନାମ ଗଣେଶ ରମେଶ ବନପାରଧି । ଅଭିଯୁକ୍ତ ଜଣକ ଶାଦାବ ଖାନ ନାମରେ ଇ-ମେଲ ପଠାଇ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଉଥିଲା । ପ୍ରଥମେ ୨୦ କୋଟି ଏବଂ ପରେ ତା’ପରେ ୨୦୦ କୋଟି ଆଉ ପରେ ୪୦୦ କୋଟି ଟଙ୍କା ମାଗୁଥିଲା । ଅଭିଯୁକ୍ତ ଜଣକ ୫ଟି ଇ-ମେଲ ପଠାଇଥିଲା । ଇ-ମେଲ ପଠାଇବା ପାଇଁ ବିପିଏନ ନେଟଓ୍ଵାର୍କ ବେଲଜିୟମର ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ଅଫିସିଆଲ ଇମେଲ ଆଇଡିକୁ ୨୭ ଅକ୍ଟୋବରରେ ପ୍ରଥମ ଧମକ ମିଳିଥିଲା । ଧମକ ଦେଇଥିବା ଯୁବକ ଜଣକ ପ୍ରଥମେ ୨୦ କୋଟି ଦାବି କରି ହତ୍ୟା କରିବାକୁ ଧମକ ଦେଇଥିଲା । ଏହାପରେ ୨୮ ଅକ୍ଟୋବରରେ ପୁଣି ହତ୍ୟା ଧମକ ଦିଆଯାଇ ୨୦୦ କୋଟି ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଏହାପରେ ପୁଣି ୩୦ ତାରିଖରେ ଆଉ ଏକ ମେଲ୍‌ କରି ୪୦୦ କୋଟି ମାଗିଥିଲା ଅଭିଯୁକ୍ତ । ଏହି ମାମଲାର ପୋଲିସ ଯାଞ୍ଚ କରି ୧୯ ବର୍ଷୀୟ ଯୁବକଙ୍କୁ ତେଲେଙ୍ଗାନାରୁ ଗିରଫ କରିବାରେ ସକ୍ଷମ ହୋଇଛି । ଯୁବକଙ୍କୁ ଗିରଫ କରି ପରେ ଯାଞ୍ଚ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking