29.1 C
Bhubaneswar
Friday, October 18, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ

ଭୁବନେଶ୍ୱର: ଭିଡ଼ ଭିତରକୁ ମାଡ଼ିଗଲା କାର୍‌ । ଚାଲିଗଲା ୨ଜଣଙ୍କ ଜୀବନ । ଗତ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କାର୍‌ ମାଡ଼ିଯିବାରୁ ଜଣେ ବୃଦ୍ଧା ମହିଳାଙ୍କ ସମେତ ନେତୁଣୀର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କାନପୁର ଦେହତ ଜିଲ୍ଲାର ଭାଉରା ଗାଁରେ ଘଟିଛି । ଯାହାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ ରିଣ୍ଡ ନଦୀ ନିକଟରେ ଏକ ପର୍ବ ପାଳନ କରାଯାଉଥିଲା । ଫଳରେ ସେଠାରେ ଅନେକ ଲୋକ ଏକାଠି ହୋଇଥିଲେ । ସେହି ସମୟରେ ଗୋଟିଏ କାର୍‌ ଲୋକଙ୍କ ଆଡ଼କୁ ମାଡ଼ି ଯାଇଥିଲା । ଯାହାଦ୍ୱାରା ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତ ଦୁଇଜଣଙ୍କୁ ଉଦ୍ଧାର କରାଯିବା ସହ ଆହତମାନଙ୍କୁ କାନପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି । ମୃତ ବୃଦ୍ଧ ମହିଳାଙ୍କ ନାଁ ପ୍ୟାରୀ ତାଙ୍କୁ ୬୦ ବର୍ଷ ବୋଲି କହିଛି ପୋଲିସ । ତାଙ୍କ ସହ ତାଙ୍କ ନାତୁଣୀର ମୃତ୍ୟୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking