31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଗାଜାରେ ଇସ୍ରାଏଲୀ ଆକ୍ରମଣ ଅବ୍ୟାହତ

ଗାଜାରେ ଇସ୍ରାଏଲୀ ଆକ୍ରମଣ ଅବ୍ୟାହତ

ତେଲ୍ ଆଭିଭ୍‌: ଇସ୍ରାଏଲୀ ସୈନ୍ୟ ଇତିମଧ୍ୟରେ ଗାଜା ଉପତ୍ୟକାରେ ପ୍ରବେଶ କରି ଆକ୍ରମଣକୁ ଅଧିକ ଜୋରଦାର କରିବାରେ ଲାଗିଛନ୍ତି । ଗାଜାର ଉତ୍ତରାଞ୍ଚଳରେ ହାମାସ୍ ସଂଗଠନ ର ଭିତ୍ତିଭୂମ ସୁଦୃଢ ରହିଛି । ତେଣୁ ହାମାସ୍‌ର ସମସ୍ତ ଆଡ୍ଡାସ୍ଥଳୀକୁ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ସ୍ଥଳପଥରେ ଆକ୍ରମଣ ଅବ୍ୟାହତ ରହିବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଶୁକ୍ରବାର ରାତିରେ ଇସ୍ରାଏଲର ଲଢୁଆ ବିମାନଗୁଡିକ ଗାଜା ଉପରେ ପ୍ରବଳ ବୋମାମାଡ କରିଥିବାବେଳେ ହାମାସ୍‌ର ଜଣେ ତୁଙ୍ଗ କମାଣ୍ଡର ପ୍ରାଣ ହରାଇଥିବା ଇସ୍ରାଏଲ ଦାବି କରିଛି ।

ଇସ୍ରାଏଲୀ ସେନା ଇତିମଧ୍ୟରେ ଗାଜାରେ ସକ୍ରିୟ ଥିବା ହାମାସ୍‌ର ୧୫୦ ଠିକଣା ଉପରେ ଆକ୍ରମଣ କରିଛି । ବର୍ତ୍ତମାନ ଇସ୍ରାଏଲୀ ସେନା ଗାଜା ମାଟିରେ ଉପସ୍ଥିତ ଥିବାବେଳେ ଏକ ଦୁର୍ବଳ ଶ୍ରତୁ ସହ ସଂଗ୍ରାମ କରୁଛି ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଡାନିଏଲ ହାଗାରି କହିଛନ୍ତି । ମାନବିକତା ଦୃଷ୍ଟିରୁ ଗାଜା ଉପତ୍ୟକାରେ ପ୍ରବେଶ ଅପେକ୍ଷାରେ ଥିବା ଖାଦ୍ୟ ପଦାର୍ଥ, ପାନୀୟ ଜଳ ଏବଂ ଔଷଧପତ୍ର ବୋଝେଇ ଟ୍ରକ୍‌ଗୁଡିକୁ ଇସ୍ରାଏଲ ସେନା ଶନିବାର ଅନୁମତି ପ୍ରଦାନ କରିଛି । ଇସ୍ରାଏଲର ପ୍ରବଳ ଆକ୍ରମଣରେ ଗାଜା ଉପତ୍ୟକାରେ ଇଣ୍ଟରନେଟ୍ ଓ ମୋବାଇଲ ସେବା ଭୁଶୁଡି ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking