29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷିତ

ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷିତ

ନୂଆଦିଲ୍ଲୀ: ବିଶ୍ୱକପ୍ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା ହୋଇଛି । ୱିକେଟ୍‌କିପର୍ ବ୍ୟାଟର୍ ମାଥ୍ୟୁ ୱେଡ୍‌ଙ୍କୁ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଛି । ଚଳିତ ବିଶ୍ୱକପ୍ ଖେଳୁଥିବା ଅଭିଜ୍ଞ ଡେଭିଡ୍ ୱାର୍ଣ୍ଣର୍‌, ଷ୍ଟିଭ୍ ସ୍ମିଥ୍‌, ଟ୍ରେଭିସ୍ ହେଡ୍‌, ଗ୍ଲେନ୍ ମାକ୍ସୱେଲ୍‌, ମାର୍କସ୍ ଷ୍ଟୋଇନିସ୍‌, ଆଦମ୍ ଜାମ୍ପା, ଜୋସ୍ ଇଙ୍ଗ୍‌ଲିସ୍‌, ସିନ୍ ଆବୋଟ୍ ଏବଂ ଟ୍ରାଭେଲିଂ ରିଭର୍ଜ ତନବୀର ସାଙ୍ଘାଙ୍କୁ ଟିମ୍‌ରେ ସାମିଲ କରାଯାଇଛି ।

ସେମାନେ ବିଶ୍ୱକପ୍ ପରେ ଭାରତରେ ଅଟକିବେ । ସେହିପରି ଆଇପିଏଲ୍ ଷ୍ଟାର୍ ଟିମ୍ ଡେଭିଡ୍‌, ମ୍ୟାଟ୍ ଶର୍ଟ ଏବଂ ନାଥନ୍ ଏଲିସ୍ ବିଶ୍ୱକପ୍ ପରେ ଟିମ୍‌ରେ ଯୋଗଦେବା ପାଇଁ ଭାରତ ଆସିବେ । ସେହିପରି ଜୋସ୍ ହେଜଲ୍‌ଉଡ୍‌, ମିଚେଲ୍ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ ବିଶ୍ୱକପ୍ ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜ୍‌ର ପ୍ରଥମ ମ୍ୟାଚ୍ ନଭେମ୍ବର ୨୩ରେ ବିଶାଖାପାଟଣାରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ (ନଭେମ୍ବର ୨୬) ତିରୁଅନନ୍ତପୁରମ୍‌, ତୃତୀୟ ମ୍ୟାଚ୍ (ନଭେମ୍ବର ୨୮) ଗୁଆହାଟୀ, ଚତୁର୍ଥ ମ୍ୟାଚ୍ (ଡିସେମ୍ବର ୧) ନାଗପୁର ଏବଂ ପଞ୍ଚମ ମ୍ୟାଚ୍ (ଡିସେମ୍ବର ୩) ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟା ବେଳେ ଖେଳାଯିବ ।

ଅଷ୍ଟ୍ରେଲିଆ ଟି-୨୦ ସ୍କ୍ୱାଡ୍‌: ମାଥ୍ୟୁ ୱେଡ୍ (କ୍ୟାପ୍‌ଟେନ୍‌), ଡେଭିଡ୍ ୱାର୍ଣ୍ଣର୍‌, ଟ୍ରେଭିସ୍ ହେଡ୍‌, ଷ୍ଟିଭ୍ ସ୍ମିଥ୍‌, ଗ୍ଲେନ୍ ମାକ୍ସୱେଲ୍‌, ମ୍ୟାଟ୍ ଶର୍ଟ, ମାର୍କସ୍ ଷ୍ଟୋଇନିସ୍‌, ଟିମ୍ ଡେଭିଡ୍‌, ଜୋସ୍ ଇଙ୍ଗ୍‌ଲିସ୍‌, ଜେସନ୍ ବେହରନ୍‌ଡର୍ଫ, ସିନ୍ ଆବୋଟ୍‌, ନାଥନ୍ ଏଲିସ୍‌, ସ୍ପେନ୍ସର୍ ଜନ୍‌ସନ୍‌, ଆଦମ୍ ଜାମ୍ପା, ତନବୀର ସଙ୍ଘା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking