23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶକଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ; ହ୍ୟାଙ୍ଗ୍ ମୋଡ୍‌ରେ ଥିଲା ୟୁପିଏ ସରକାର

କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ; ହ୍ୟାଙ୍ଗ୍ ମୋଡ୍‌ରେ ଥିଲା ୟୁପିଏ ସରକାର

ନୂଆଦିଲ୍ଲୀ:  ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମ୍‌ସି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ପୁରୁଣା ଟେକ୍‌ନିକ୍ ଏବଂ ତ୍ପୁରୁଣା ସରକାରର ତୁଳନା କରି ତତ୍କାଳୀନ ୟୁପିଏ ସରକାର ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ଏନ୍‌ଡିଏ ସରକାର କାର୍ଯ୍ୟକାଳକୁ ପ୍ରଶଂସା କରି କହିଛନ୍ତି, ୨୦୧୪ କୌଣସି ତାରିଖ ନୁହେଁ ଏହା ଏକ ‘ପରିବର୍ତ୍ତନ’ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ ଏକବର୍ଷରେ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ ସ୍ପିଡ୍ ତିନିଗଉରା ବୃଦ୍ଧି ପାଇଛି । ଆମ ସରକାର ବେଳେ ୪-ଜିର ସମ୍ପ୍ରସାରଣ ହୋଇଛି ଏବଂ ଗୋଟିଏ ବି ଦାଗ ଲାଗିନାହିଁ ।

ୟୁପିଏ କାର୍ଯ୍ୟକାଳ ଉପରେ ଆକ୍ରମଣ କରି ମୋଦୀ କହିଛନ୍ତି, ସେ ସମୟର ସରକାର ହ୍ୟାଙ୍ଗ୍ ମୋଡ୍‌ରେ ଥିଲା । ଅବସ୍ଥା ଏପରି ଥିଲା ଯେ ରିଷ୍ଟାର୍ଟ କରିବାର କୌଣସି ଲାଭ ମିଳିନଥିଲା । ବ୍ୟାଟେରୀ ଚାର୍ଜରେ ନା ବ୍ୟାଟେରୀ ବଦଳାଇବାର କୌଣସି ଫାଇଦା ଥିଲା । ୨୦୧୪ରେ ଦେଶର ଭୋଟର୍‌ମାନେ ଏପରି ଆଉଟ୍‌ଡେଟେଡ୍ ସରକାରକୁ ବଦଳାଇ ଦେଇଥିଲେ । ସେତେବେ ଆମେ ମୋବାଇଲ୍ ଫୋନ୍ ଆମଦାନୀ କରୁଥିବା ବେଳେ ଏବେ ରପ୍ତାନି କରୁଛୁ ।

ଭାରତରେ ସବୁଠୁ ଦ୍ରୁତ ଗିତରେ ୫ଜି ମୋବାଇଲ୍ ସେବାର ଆରମ୍ଭ କରାଯାଇଛି ଏବଂ ଏକବର୍ଷ ମଧ୍ୟରେ ଚାରିଲକ୍ଷ ୫ଜି ବେସ୍ ଷ୍ଟେସନ୍ ସ୍ଥାପନ କରାଯାଇଛି । ଭାରତ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ ସ୍ପିଡ୍ ୧୧୮ତମ ସ୍ଥାନରୁ ଏବେ ୪୩ତମ ସ୍ଥାନରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ୬ଜିରେ ମଧ୍ୟ ଅଗ୍ରଣୀ ଭୂମିକା ତୁଲାଇବ । ପୁଞ୍ଜି, ଟେକ୍‌ନିକ୍‌, ସଂସାଧନ ଏବଂ ପ୍ରାଦ୍ୟୋଗିକୀ ନିକଟରେ ପହଞ୍ଚିବା ସରକାରଙ୍କ ପ୍ରାଥମିକତା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking