27.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶଭାରତରେ ଏବେ ଆଇ-ଫୋନ୍ ନିର୍ମାଣ କରିବ ଟାଟା ଗ୍ରୁପ୍

ଭାରତରେ ଏବେ ଆଇ-ଫୋନ୍ ନିର୍ମାଣ କରିବ ଟାଟା ଗ୍ରୁପ୍

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଏବେ ଭାରତରେ ଆପଲ୍ ଆଇ-ଫୋନ୍ ନିର୍ମାଣ କରିବ । ଟାଟା ଗ୍ରୁପ୍‌ର ତାଇୱାନ୍ କମ୍ପାନୀ ୱିଷ୍ଟ୍ରନ୍ ଫ୍ୟାକ୍ଟ୍ରି ଅଧିଗ୍ରହଣ ଡିଲ୍‌କୁ ମଞ୍ଜୁରୀ ମିଳିଯାଇଛି । କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଓ ଟେକ୍ନୋଲୋଜି ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ଚନ୍ଦ୍ରଶେଖର କହିଛନ୍ତି, ଟାଟା ଗ୍ରୁପ୍ ଅଢ଼େଇ ବର୍ଷ ମଧ୍ୟରେ ଡୋମେଷ୍ଟିକ୍ ଏବଂ ଗ୍ଲୋବାଲ୍ ମାର୍କେଟ୍ ପାଇଁ ଭାରତରେ ଆଇ-ଫୋନ୍ ନିର୍ମାଣ ଆରମ୍ଭ କରିଦେବ । ଏହା ସହିତ ୱିଷ୍ଟ୍ରନ୍ ଫ୍ୟାକ୍‌ଟ୍ରିର ପରିଚାଳନା ଦାୟିତ୍ୱ ସମ୍ଭାଳିଥିବା ଟାଟା ଗ୍ରୁପ୍‌କୁ ମନ୍ତ୍ରୀ ବଧେଇ ଜଣାଇଛନ୍ତି । ଏକ ରିପୋର୍ଟ ଅନୁସାରେ କର୍ଣ୍ଣାଟକର ଦକ୍ଷିଣ-ପୂର୍ବରେ ଥିବା ୱିଷ୍ଟ୍ରନ୍ ଫ୍ୟାକ୍‌ଟ୍ରିରୁ ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରାୟ ୧.୮ ବିଲିୟନ୍ ଡଲାର ମୂଲ୍ୟର ଆପଲ୍ ଆଇ-ଫୋନ୍ ଉତ୍ପାଦିତ ହେବ ।

ଏହି ଫ୍ୟାକ୍‌ଟ୍ରିରେ ଟାଟା ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍ ପାଇଁ ଆଇ-ଫୋନ୍ ୧୫ ଉତ୍ପାଦନ କରିବ । ୨୦୦୮ରେ ଭାରତୀୟ ବଜାରେ ପ୍ରବେଶ କରିଥିବା ୱିଷ୍ଟ୍ରନ୍ ଫ୍ୟାକ୍ଟ୍ରି ପ୍ରଥମେ କେତେକ ଡିଭାଇସେସ୍ ପାଇଁ ରିପାୟରିଂ ସୁବିଧା ପ୍ରଦାନ କରୁଥିଲା । ଏହାପରେ ୨୦୧୭ରେ କମ୍ପାନୀ ଅପରେସନ୍‌କୁ ସମ୍ପ୍ରସାରିତ କରି ଆପଲ୍ ପାଇଁ ଆଇଫୋନ୍ ଉତ୍ପାଦନ ଆରମ୍ଭ କରିଥିଲା । ଆଇଫୋନ୍ ୧୪ ମଡେଲ୍ ଉତ୍ପାଦନ ପାଇଁ ଜଣାଶୁଣା ୬୦୦ ମିଲିୟନ୍ ଡଲାର ମୂଲ୍ୟର ୱିଷ୍ଟ୍ରନ୍ ଅଧିଗ୍ରହଣ ପାଇଁ ଗତ ଏକବର୍ଷ ଧରି କଥାବାର୍ତ୍ତା ଚାଲିଥିଲା । ଏହି ଫ୍ୟାକ୍‌ଟ୍ରିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ କାମ କରିଥାନ୍ତି ।

କାଲିଫର୍ଣ୍ଣିଆର ଟେକ୍ କମ୍ପାନୀ ଆପଲ୍ ସେପ୍ଟେମ୍ବର ୧୨ରେ ନିଜର ୱଣ୍ଡର୍‌ଲଷ୍ଟ୍ ଇଭେଣ୍ଟ୍‌ରେ ୭୯,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଆଇଫୋନ୍ ୧୫ ମଡେଲ୍ ଲଞ୍ଚ୍ କରିଥିଲା । ଏହା ସହିତ କମ୍ପାନୀ ୱାଚ୍ ସିରିଜ୍ ୯ ଓ ୱାଚ୍ ଅଲ୍‌ଟ୍ରା ୨ ମଧ୍ୟ ଉପସ୍ଥାପିତ କରିଥିଲା । ପ୍ରଥମ ଥର ପାଇଁ ଆପଲ୍ ଚାର୍ଜିଂ ନିମନ୍ତେ ଟାଇପ୍‌-ସି ପୋର୍ଟ ମଧ୍ୟ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking