ଲଣ୍ଡନ: ମୈସୁରର ପୂର୍ବତନ ରାଜା ଟିପୁ ସୁଲ୍ତାନ୍ଙ୍କ ଏକ ଖଣ୍ଡାର ନିଲାମ ହୋଇପାରି ନାହିଁ । ଅକ୍ଟନ୍ କମ୍ପାନୀ କ୍ରିଷ୍ଟ୍ରି ପକ୍ଷରୁ ଲଣ୍ଡନରେ ଏହି ଖଣ୍ଡା ନିଲାମ ପାଇଁ ରଖାଯାଥିଲେ ମଧ୍ୟ କେହି ଏହାକୁ କିଣିନାହାନ୍ତି । ଏହି ଖଣ୍ଡାର ବେସ୍ ପ୍ରାଇସ୍ ୧.୫ ରୁ ୨ ମିଲିୟନ୍ ପାଉଣ୍ଡ୍ ଅର୍ଥାତ୍ ୧୫ରୁ ୨୦ କୋଟି ଟଙ୍କା ରଖାଯାଇଥିଲା । ମାତ୍ର ଖଣ୍ଡାକୁ ବେସ୍ ପ୍ରାଇସ୍ରେ ମଧ୍ୟ କେହି କିଣିନାହାନ୍ତି ।
୧୭୯୯ରେ ଟିପୁ ସୁଲ୍ତାନ୍ଙ୍କ ପରାଜୟ ପରେ ବ୍ରିଟିଶ୍ ଗଭର୍ଣ୍ଣର୍ ଲର୍ଡ କର୍ଣ୍ଣୱାଲିସ୍ଙ୍କୁ ଟିପୁ ସୁଲ୍କାନ୍ଙ୍କ ବ୍ୟକ୍ତିଗତ ଶସ୍ତ୍ରାଗାରରୁ ଦୁଇଟି ଖଣ୍ଡା ଉପହାର ଦିଆଯାଇଥିଲା । ଏହା ସେହି ଦୁଇ ଖଣ୍ଡା ମଧ୍ୟରୁ ଅନ୍ୟତମ । ଅନ୍ୟ ଏକ ଖଣ୍ଡାକୁ ଚଳିତ ବର୍ଷ ମେ’ ମାସରେ ବୋନହମ୍ସରେ ୧୪୧ କୋଟି ଟଙ୍କାରେ ନିଲାମ କରାଯାଇଥିଲା । କର୍ଣ୍ଣୱାଲିସ୍ଙ୍କ ବଂଶଜ ଦ୍ୱିତୀୟ ଖଣ୍ଡାକୁ ନିଲାମ କରିବାକୁ ଚାହୁଁଥିଲେ । ଇସ୍ରାଏଲ୍-ହାମାସ୍ ଯୁଦ୍ଧ କାରଣରୁ କେହି ଏହାକୁ କିଣିବା ପାଇଁ ଆସିନଥିବା କୁହାଯାଉଛି ।