24.1 C
Bhubaneswar
Sunday, October 20, 2024
Homeଓଡିଶାମନୋଜଙ୍କୁ ବାସନ୍ଦ ପରେ ତୀବ୍ର ହେଲା କଳି

ମନୋଜଙ୍କୁ ବାସନ୍ଦ ପରେ ତୀବ୍ର ହେଲା କଳି

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର  ‘ରାମ୍‌’କୁ ନେଇ ବିବାଦ ଘେରକୁ ଆସିଛନ୍ତି ଅଭିନେତା ମନୋଜ ମିଶ୍ର। ସେ ସମ୍ବଲପୁରରେ ଏହି ଚଳଚ୍ଚିତ୍ରକୁ ଚଲାଇ ଦେଇ ନଥିବା ଅଭିଯୋଗ ଆଣି ପ୍ରଯୋଜକ ସଂଘ ମନୋଜଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି।  ଏହି ଘଟଣାକୁ ନେଇ ଅଭିନେତା ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିଥିଲେ। ଯେଉଁଥିରେ ସେ କହିଥିଲେ, ଗତ କିଛି ମାସ ହେଲା ଆପଣଙ୍କର କିଛି ଭିଡିଓ ଓ ଟିଭି ସାକ୍ଷାତକାରରେ ଯେଉଁ ବଡ଼ଭାଇଙ୍କୁ ଦେଖିଥିଲି ଓ ଜାଣିଥିଲି, ହେଲେ ଆଜି ସେହି ମନୋଜ ଭାଇଙ୍କୁ ଆଉ ଦେଖିବାକୁ ପାଉନି ।

ଅନୁଭବ ଆହୁରି କହିଥିଲେ, ଜିତୁ ମଙ୍ଗରାଜ ଭାଇ ଓ ଆପଣଙ୍କ ଭିତରେ ଯାହା ସବୁ ଚାଲିଛି, ମୁଁ ସେ ବିଷୟରେ କିଛି କିଛି ଜାଣିଛି । ଜିତୁଙ୍କ କଥାକୁ ଜାଣିଶୁଣି ବାଟବଣା ନକରିଥିଲେ, ତା’ର ଭୁଲ ଅର୍ଥ ନ ବାହାର କରିଥିଲେ ବୋଧହୁଏ ଭଲ ହୋଇଥାଆନ୍ତା।  ଭିଡିଓର ଜବାବ ଦେଇ ମନୋଜ ଅନୁଭବଙ୍କୁ କହିଛନ୍ତି, ଚାଲ ମିଶିକି ଚଳଚ୍ଚିତ୍ର କରିବା। ଓଡ଼ିଆ ଚଳଚ୍ଚିତ୍ରକୁ ସାରା ପୃଥିବୀରେ ପଞ୍ଚାଇବା। ଏହି  ଛୋଟ କଥାକୁ ନେଇ ତୁମର ଓ ମୋର ଭିତରେ ଏମିତି କଥା ହେବା ଅନୁଚିତ। ତୁମକୁ ଲାଗୁଛି ‘ରାମ୍‌’ ଚିତ୍ର ନଦେଖିବା ପାଇଁ ମୁଁ କହିଥିବି ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking